logo
add image
କଣିହାଁ ଠାରେ ହିଙ୍ଗୁଳା ସ୍ୱଚ୍ଛତା ସେବି ସଂଗଠନର ପକ୍ଷରୁ ଜଳଛତ୍ର ବଣ୍ଟନ

କଣିହାଁ ଠାରେ ହିଙ୍ଗୁଳା ସ୍ୱଚ୍ଛତା ସେବି ସଂଗଠନର ପକ୍ଷରୁ ଜଳଛତ୍ର ବଣ୍ଟନ

କଣିହାଁ/୧୧/୪/୨୦୨୫/(ଆଧାର ମିଡ଼ିଆ)-ଅନୁଗୁଳ ଜିଲା କଣିହାଁ ବ୍ଲକ ତହସିଲ ଅଫିସ ସାମ୍ନାରେ ଶୁକ୍ରବାର ଦିନ ମା ହିଙ୍ଗୁଳା ସ୍ବେଛାସେବୀ ମେଗା ଜଳଛତ୍ର ବୋଣ୍ଟନର ବ୍ୟବସ୍ଥା ଅନୁଷ୍ଠିତ ହୋଇଥିଲା .ଏଥିରେ ଅତିଥି ଭାବେ କଣିହାଁ ବିଜେପି ମଣ୍ଡଳ ସଭାପତି ସୁଶାନ୍ତ ସାମଲ, ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଚିତା ନନ୍ଦ ପ୍ରଧାନ ଯୋଗଦେବା ସହିତ କଣିହାଁ ଅଞ୍ଚଳର ବୁଦ୍ଧି ଯିବି ମାନଙ୍କୁ ପ୍ରଥମେ ଉତ୍ତରୀ ଏବଂ ଫୁଲତୋଡ଼ା ଦେଇ ସନ୍ମାନିତ କରିବା ପରେ  ,ଜଳ ଛତ୍ରର ଶୁଭ ଆରମ୍ଭ କରିଥିଲେ l ତାଳଚେରର ଅଗ୍ନି ସ୍ୱରୂପା ମାଆ ହିଙ୍ଗୁଳା ଦେବୀଙ୍କ ବାର୍ଷିକ ମୋହତ୍ସବ ଦେଖିବାକୁ କଣିହାଁ ବ୍ଲକ ଅଞ୍ଚଳର ହଜାର ହଜାର ମାନସିକ ଧାରି, ପ୍ରବଳ ରୁଦ୍ରତାପରେ ଯାତ୍ରା କରୁଥିବାବେଳେ, ହିଙ୍ଗୁଳା ଜଳଛତ୍ର ସ୍ବେଛାସେବୀ ସଂଗଠନ ପକ୍ଷରୁ ପଥ ଚାରିମାନ ଙ୍କୁ ରେଷ୍ଟ ସେଡରେ ବସାଇ ଦହିପାଣି, ଜଳ ଜୀର ପାଣି,ଲେମ୍ବୁ ପାଣି,କୋଲ ଡ୍ରିଂସ ସହିତ ପଥ ଚାରୀଙ୍କ ସେବା କରୁଥିବା ଦେଖିବାକୁ ମିଳିଥିଲା l ପ୍ରବଳ ଖରା ତାପରେ କଣିହାଁ ଅଞ୍ଚଳରଏକ ମାତ୍ର ଏହିଭଳି ଜଳଛତ୍ର ବୋଣ୍ଟନକୁ ପଥଚାରି ଓ ବୁଦ୍ଧିଯିବି ମହଲରେ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇ ଥିବା ଜଣା ପଡିଛି l ସଂଗଠନ ପକ୍ଷରୁ ବୁଡୁ ଦେହୁରୀ , ଆଦିତ୍ୟ ସାମଲ, ରଞ୍ଜନ ରାଉତ, ଟିକନ ବେହେରା, ମାର୍କଣ୍ଡ ସାହୁ,ତିଲକ ପାତ୍ର, ସୁଦର୍ଶନ ସାହୁ, ପ୍ରମୁଖ ସଂଗଠନର ସମସ୍ତ ସଦସ୍ୟ ଉପସ୍ଥିତ ରହି ଜଳ ଛତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Recent Comments

Leave Comments

Top