logo
add image
ଚାକିରିରୁ ବିଦା ସହ ନେଇଥିବା ଲାଭଂଶ ଫେରାଇବାକୁ ଆରଡିସିଙ୍କ ନିର୍ଦେଶ

ଚାକିରିରୁ ବିଦା ସହ ନେଇଥିବା ଲାଭଂଶ ଫେରାଇବାକୁ ଆରଡିସିଙ୍କ ନିର୍ଦେଶ

କଣିହାଁ/୧୧ /୦୪/୨୦୨୫/(ଆଧାର ମିଡ଼ିଆ)-ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଥିବା ବେଳେ ଏମିତି ଏକ ଆଶ୍ଚର୍ଯ୍ୟ ଚକିତ କରିଛି  ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ରେଙ୍ଗାଳି ଜଲଜ ବିଦ୍ୟୁତ କେନ୍ଦ୍ର ଓଏଚପିସି ର ମାନବ ସମ୍ବଳ ଅଧିକାରିଣୀ ନୀଳିମା ଦେବନାଥଙ୍କ ଜାଲଜାତି ଗତ ପ୍ରମାଣପତ୍ର ଘଟଣାରେ |ଏକ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ସମ୍ପର୍କିତ କେସର ତଦନ୍ତ କରି ରିପୋର୍ଟ ଦାଖଲ ପରେ ଆରଡିସି କଟକଙ୍କ ପତ୍ରସଂଖ୍ୟା୪୧୮୨/୩.୪.୨୫ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡକୁ ଲେଖି ଚାକିରିରୁ ବିଦାକରିବା ସହ ନେଇଥିବା ବେତନ ରାଶି ଫେରସ୍ତକରିବା ଓ ଜାଲ୍ ଜାତିଗତ ପ୍ରମାଣପତ୍ରରେ ଚାକିରି କରିଥିବାରୁ ଅପରାଧିକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆରଡିସିଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ନିର୍ଦେଶକ ମାନବସମ୍ବଳ ବିଭାଗ ପତ୍ରସଂଖ୍ୟା ୨୭୦୧/୫.୪.୨୫  ଅନୁସାରେ ରେଙ୍ଗାଳି ଜଳ ବିଦ୍ୟୁତ ନିଗମ ବରିଷ୍ଠ ସାଧାରଣ ପରିଚାଳକ ମେମୋ ନମ୍ବର ୨୫ ୨୦/୮.୪.୨୫  ନିଳିମା ଦେବନାଥଙ୍କୁ  ୮ଏପ୍ରିଲ୍ ୨୦୨୫ ରେ ଚାକିରିରୁ ବହିଷ୍କୃତ କରିବା ସହିତ ଚାକିର ଜୀବନରେ ନେଇଥିବା ଆର୍ଥିକ ଲାଭାଂଶ ଫେରସ୍ତ ପାଇଁ ଚିଠି କରିଥିବା ନେଇ ଓଏଚପିସି ର ବରିଷ୍ଠ ସାଧାରଣ ପରିଚାଳକ ସରୋଜ ବହିଦାର ଏନେଇ ସୂଚନା ଦେଇଛନ୍ତି ।

Recent Comments

Leave Comments

Top