ବଲାଣି/୧୧/୪/୨୦୨୫/(ଆଧାର ମିଡ଼ିଆ)-କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବଲାଣିରୁ ବଡବିଲ ଯିବା ମୁଖ୍ୟରାସ୍ତା କଲେଶ୍ୱର୍ ମନ୍ଦିର ନିକଟରେ ଶୁକ୍ରବାର ଦିନ ପ୍ରାୟ ଅପରାହ୍ନ ସମୟ ୩ PM ରେ ଏକ ୪୦୭ ପରିବା ପିକପ ଗାଡ଼ି ଓଲଟି ପଡିବାରୁ ଏକ ଅଘଟଣ ଘଟଣା ଘଟିଛି l ଉକ୍ତ ଘଟଣାରେ ଜଣେ ନାବାଳକର ମୃତ୍ୟୁ ବରଣ ଘଟିଥିବା ବେଳେ ଦୁଇଜଣ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଛି l
ସୂଚନା ଅନୁସାରେ ୪୦୭ ଗାଡ଼ି ନଂ ଓ ଡି ୮୨୫୧ ଗାଡ଼ି ଟି ବଡ଼ବିଲରୁ ବଲାଣିରେ ଶୁକ୍ରବାର ବଜାର ହାଟ ଦେବାପାଇଁ ପରିବା ବଝେଇ ଆସୁଥିବା ବେଳେ କଲେଶ୍ୱର ମନ୍ଦିର ନିକଟରେ ବଲାଣିରୁ ବଡବିଲ ଯିବା ମୁଖ୍ୟରାସ୍ତା ଉପରେ ବିଛୁରିତ ହୋଇ ପଡିଥିବା ପେଲେଟ ମାଲ ଯୋଗୁଁ ୪୦୭ ଗାଡ଼ି ଚାଲକ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଘଷାରି ହୋଇ ଚାଲିଯାଇଥିଲା l ବାଲାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥା ରେ ଥିବା ନାବାଳକ କୁ ବଲାଣୀ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ହେଲେ ପ୍ରାଥମିକ ଚିକିତ୍ସା ସମୟରେ ନାବାଳକର ମୃତ୍ୟୁ ବରଣ ଘଟଣା ଘଟିଛି ବୋଲି ବଲାଣୀ ପୋଲିସ ସୂଚନା ଦେଇଛି l ଏବଂ ଅନ୍ୟ ଦୁଇ ଜଣକୁ ବିଶେଷ ଗୁରୁତର ହୋଇଥିବାରୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି l ବାହାନ ଚାଳକ ଘଟଣା ସ୍ଥଳରେ ଗାଡ଼ି ଛାଡି ଫେରାର ହୋଇଯାଇଥିବା ବେଳେ ବଲାଣୀ ପ୍ରକୃତ ଘଟଣା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି l ରାସ୍ତା ଉପରେ ପେଲେଟ୍ ମାଲଗୁଡ଼ିକ ବିଛୁରିତହୋଇ ପଡିଥିବା ଯୋଗୁଁ ବାରମ୍ବାର ଗାଡ଼ି ଚାଲକ ମାନେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହେଉଛନ୍ତି l ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବିହେଉଛି l
Recent Comments