logo
add image
ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ଭବାନୀପାଟଣା/୧୨/୦୪/୨୫/ (ଆଧାର ମିଡ଼ିଆ)-ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ,ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ବହୁ ଯୋଗଦାନ ରହିବ, ଭଲ ପାଠପଢି ଜଣେ ଭଲମଣିଷ ହୋଇ ଆମ ଦେଶର ନା ରଖିବା ସହ ମାନ ମର୍ଯ୍ୟାଦା ବୃଦ୍ଧି କରିବା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ସତ ମାର୍ଗରେ ଯିବାପାଇଁ ପ୍ରେରଣା ଦେଇଥିଲେ ଡ଼.ଦେଶବନ୍ଧୁ ସାହୁ।
ସ୍ଥାନୀୟ ଡି ଆଇ ଇ ଟି ପରିସରରେ ଥିବା ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ କଳାହାଣ୍ଡି ଜିଲ୍ଲା ଶିକ୍ଷ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼.ଦେଶବନ୍ଧୁ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମେରୀଲିନ ସୁଧାଂଶୁ ମୟୀ ମହାନ୍ତିଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭବାନିପାଟଣା ବି ଆର ସି ସି ତଥା ଏ ବି ଇ ଓ ଶ୍ରୀଯୁକ୍ତ ଜୟ କୁମାର ମାଝୀ ମୁଖ୍ୟ ବକ୍ତା, ଏ ବି ଇ ଓ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମୁଣ୍ଡ ,ଏ ବି ଇ ଓ ଶ୍ରୀଯୁକ୍ତ ହୃଷୀକେଶ ନାୟକ ,ବରିଷ୍ଠ ଶିକ୍ଷକ ପ୍ରଶିକ୍ଷୀକା ନିହାରୀକା ଦେବୀ,ବାପୁଜୀ କ୍ଲଷ୍ଟର ସି ଆର ସି ସି ଶ୍ରୀଯୁକ୍ତ ସ୍ଵଧିନୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଜୟନ୍ତୀ ନାଏକ,ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ,ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ପ୍ରେରଣା ଦାୟିକ ବକ୍ତ୍ୟବ ରଖିବା ସହ ସେମାଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରିଥିଲେ।
ଶେଷରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯଶସ୍ବୀ ଲାଭ କରିଥିବା କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ପଞ୍ଚମ ଶ୍ରେଣୀ ଛାତ୍ରୀ ଆସ୍ତା ଚନ୍ଦନ ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ରୀଭାବେ ସମ୍ମାନୀତ ହୋଇ ପୁରସ୍କୃତ ହୋଇଥିଲେ। ସହ ଶିକ୍ଷୟତ୍ରୀ ବିଷ୍ନୁ ପ୍ରିୟା ସାହାଣୀ,ଲୀନା ପଟନାୟକ ଓ ପୁଷ୍ପଲତା ବାଗ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଦିତୀୟ ବର୍ଷ ପ୍ରଶିକ୍ଷାରଥି ସାଗରିକା ଦାଶ ଓ ଦ୍ବିପାକ୍ଷୀ ଦ୍ଵାରୀ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷ୍ୟା ପ୍ରଶିକ୍ଷକ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ଭେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ମହାନ୍ତି ବାର୍ଷିକ ବିବରଣୀ ପଠନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top