logo
add image
ଶଗଡେଶ୍ୱର୍ ମହୋତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ.

ଶଗଡେଶ୍ୱର୍ ମହୋତ୍ସବ ଓ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ.

ଜମନକିରା/୧୩/୪/୨୦୨୫/( ଆଧାର ମିଡ଼ିଆ): ଜମନକିରା ବ୍ଳକ୍ ଅନ୍ତର୍ଗତ ଡିମିରିମୁଣ୍ଡା ପଂଚାୟତ ମହକୁମା ଭାତପୁରା ଠାରେ ଅବସ୍ଥିତ ଶଗଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶଗଡେଶ୍ୱର ବାବାଙ୍କ ଏକାଦଶତମ ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ପ୍ରସ୍ତୁତି ବୈଠକ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ପରିଚାଳନା କମିଟି ସଭାପତି ନୃପଲାଲ ପଲେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମନ୍ଦିର ପରିଚାଳନା କମିଟି ଓ ଯାତ୍ରା କମିଟି ସଭ୍ୟ ବୃନ୍ଦ, ସ୍ଥାନୀୟ ଶ୍ରଦ୍ଧାଳୁ ଭକ୍ତ ବହୁ ସଂଖ୍ୟାରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହାର ସଂଯୋଜକ ମଳୟ ବେହେରା ପ୍ରସ୍ତୁତି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କଲା ପରେ ସଭାପତି ଶ୍ରୀ ପଲେଇ ଶୀତଳଷଷ୍ଠୀ ଯାତ୍ରା ଓ ଶଗଡେଶ୍ୱର ମହୋତ୍ସବ ସମ୍ପର୍କରେ ସମ୍ୟକ୍ ଧାରଣା ଦେଇଥିଲେ।
ବୈଠକରେ ବିସ୍ତୃତ ଆଲୋଚନା କଲାପରେ ଶୀତଳଷଷ୍ଠୀ ଯାତ୍ରାପାଇଁ ଚଳିତବର୍ଷ କନ୍ୟାକର୍ତ୍ତା ଭାବେ ବୁରୋଡ଼ିହି ନିବାସୀ ଅକ୍ଷୟ ନାୟକ ଓ ତାଙ୍କ ପତ୍ନୀ ଶ୍ରୀମତୀ ପ୍ରଦାୟିନୀ ପଟେଲ୍ ଏଵଂ ବରକର୍ତ୍ତା ଭାବେ କୁଚିଣ୍ଡା ନିବାସୀ ରବିନ୍ଦ୍ର ନାରାୟଣ ପରିଡ଼ା ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡାଙ୍କୁ ସର୍ଵସମ୍ମତି କ୍ରମେ ଚୟନ କରାଯାଇଥିଲା। ଆସନ୍ତା ଅକ୍ଷୟ ତୃତୀୟାରେ ଥାଳଉଠା ଓ ଗଣ୍ଠିଲି ଫିଟା କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ମନ୍ଦିର ପରିଚାଳନା କମିଟିର ସଭାପତି ରୁଦ୍ରନାରାୟଣ ବେହେରା, ସଂପାଦକ ସୁମନ୍ତ ବେହେରା,କୋଷାଧ୍ୟକ୍ଷ ରତନଲାଲ ସିଂ, ଶଶୀଭୂଷଣ ବଢେଇ,ସ୍ଵୀକୃତିପ୍ରାପ୍ତ କଳାକାର ସୁରଥ ଚନ୍ଦ୍ର ନାୟକ, ଦିଲ୍ଲୀପ ରଥ, ତରଣି ରଞ୍ଜନ ଶର୍ମା, ଅଶୋକ ଠାକୁର,ମିତ୍ରଭାନୁ ରାଏ, କରୁଣାକର ମାଝି,ବିକାଶ ମହାକୁଲ, ସଂଗ୍ରାମ ପଲେଇ, ନରେନ୍ଦ୍ର ପଲେଇ, କିଶୋର ସାହୁ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।

 

Recent Comments

Leave Comments

Top