ବୋଲଗଡ/ଖୋର୍ଦ୍ଧା/୧୪/୪/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନକୁମାର ସ୍ବାଇଁ)-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତୃତୀୟା ପଡା ସାହିସ୍ଥିତ ଶିବ ମନ୍ଦିରରେ ଝାମୁଯାତ୍ରା ଚାଲିଥିବା ବେଳେ ଜାତିଆଣ ଆକ୍ଷେପକୁ ନେଇ ଜନୈକ ଯୁବକକୁ ହତ୍ୟା କରା ଯାଇଥିବା ନେଇ ମୃତକଙ୍କ ସ୍ତ୍ରୀ ବୋଲଗଡ଼ ଥାନାରେ ଅଭିଯୋଗ କରିଛନ୍ତି।ଏଥିରେ ତାଙ୍କପୁଅ ମଧ୍ୟ ଗୁରୁତର ଆହତହୋଇ ଚିକିତ୍ସାଧୀନ ଅଛନ୍ତି।ଏନେଇ ବୋଲଗଡ଼ ଥାନାରେ ୮୬/୨୫ ରେ ଏକ କେଶ ରୁଜୁହୋଇ ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଛି ଏବଂ ତାର ବାପାକୁ ଏଥିରେ ସଂପୃକ୍ତି ଥିବା ସନ୍ଦେହରେ ଥାନାରେ ଅଟକ ରଖାଯାଇଛି।
ଘଟଣା ଅନୁଯାୟୀ ସ୍ଥାନୀୟ ଶିବମନ୍ଦିର ପରିସରରେ ମଧ୍ୟାହ୍ନ ସମୟରେ ଝାମୁଯାତ୍ରା ଚାଲିଥିବା ବେଳେ ମୃତକ ପ୍ରତାପ ସେଠି(୪୫) ଠାକୁର ଦର୍ଶନପାଇଁ ଯାଇଥିଲେ। ତେବେ ସେ ଠାକୁରଙ୍କୁ ଛୁଇଁ ମୁଣ୍ଡିଆ ମାରୁଥିବା ବେଳେ ଦଣ୍ଡୁଆ ମେଳର ପାଟଭଗତା ରାମ ବେହେରାଙ୍କ ପୁଅ ସିଦ୍ଧାନ୍ତ ବେହେରା ଏଥିନେଇ ଜାତିଆଣ ଆକ୍ଷେପ କରି ପ୍ରତାପଙ୍କୁ ଧକ୍କା ମରିଥିଲା।ପରେ ପ୍ରତାପ ଘରକୁ ଆସି ଏ ଘଟଣା ଜଣାଇବାରେ ତାଙ୍କ ସ୍ତ୍ରୀ ଅଭିଯୋଗ କାରିଣୀ ବୀଣାପାଣି ସେଠୀ ଓ ପୁଅ ରସାନନ୍ଦ ସେଠୀ (୨୨) ରାମ ବେହେରାଙ୍କ ଘର ସମ୍ମୁଖରେ ଏଥିନେଇ ପଚରାଉଚରା କରୁଥିବା ବେଳେ ଅଭିଯୁକ୍ତ ସିଦ୍ଧାନ୍ତ ଏକ ଚାପଡ ସାହାଯ୍ୟରେ ଆକ୍ରମଣ କରିବାରୁ ପ୍ରତାପଙ୍କ ଛାତି ଚିରିହୋଇ ଗଭୀର କ୍ଷତ ହୋଇଥିଲା।ଏହି ସମୟରେ ତାଙ୍କ ପୁଅ ରସାନନ୍ଦ ଏହାକୁ ପ୍ରତିହତ କରିବାକୁ ଚେଷ୍ଟା କରୁଥିବା ବେଳେ ସିଦ୍ଧାନ୍ତଙ୍କ ସହଥିବା ଅନ୍ୟ କେତେଜଣଙ୍କ ଆକ୍ରମଣରେ ତାର ହାତର ପାପୁଲି ଓ ଆଙ୍ଗୁଠି ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଥିଲା ।
ପ୍ରତାପ ରକ୍ତ ଯୁଡୁବୁଡୁ ଅବସ୍ଥାରେ ନିଜ ଘର ସାମ୍ନାରେ ଆସି ପଡ଼ିଯାଇଥିବା ବେଳେ ଉଭୟ ବାପ ପୁଅଙ୍କୁ ପରିବାର ଲୋକେ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ସେଠାରେ ଡକ୍ଟର ପ୍ରତାପଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁଅ ରସାନନ୍ଦକୁ ଅଧିକ ଚିକିତ୍ସାପାଇଁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ବୋଲଗଡ଼ ଥାନା ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତ ସିଦ୍ଧାନ୍ତ ଓ ତାର ସହଯୋଗୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଉଥିବା ବେଳେ ତାର ବାପା ରାମ ବେହେରା ଦୌଡ଼ି ପଳାଉଥିବା ବେଳେ ତାକୁ କାବୁକରି ଥାନାରେ ଅଟକ ରଖିଛନ୍ତି । ସନ୍ଧ୍ୟାରେ ଖୋର୍ଦ୍ଧା ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ସାଇନ୍ଟିଫିକ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
Recent Comments