logo
add image
ମଣିଷପରି ମଣିଷଟିଏ ହେବାପାଈଁ ତାର ପ୍ରଥମଗୁରୁ ନିଜ ମାଆ ପାଖରୁ ସଂସ୍କାର ଶିଖିବା ଉଚିତ

ମଣିଷପରି ମଣିଷଟିଏ ହେବାପାଈଁ ତାର ପ୍ରଥମଗୁରୁ ନିଜ ମାଆ ପାଖରୁ ସଂସ୍କାର ଶିଖିବା ଉଚିତ

କାକଟପୁର/୧୬/୦୪/୨୦୨୫/(ଆଧାର ମିଡ଼ିଆ// ତୁଷାର ଦୀକ୍ଷିତ)- ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ତାଙ୍କରି ଶିକ୍ଷା, ଦୀକ୍ଷା, ସଂସ୍କାର, ଜ୍ଞାନ, ଗାରିମା, ଦକ୍ଷତା ସର୍ବୋପରି ବଳିଷ୍ଠ ବ୍ୟକ୍ତିତ୍ୱ ଆଧାରରେ ରାଷ୍ଟ୍ର ନିର୍ମାଣରେ ସ୍ବପ୍ନସାକାର ହେବବୋଲି ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ୮୧ତମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶାଳୟ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ମତବ୍ୟକ୍ତ କରିଛନ୍ତି। ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ସ୍ୱାଇଁଙ୍କ ପୌରୋହିତରେ ଆୟୋଜିତ କାର୍ଯ୍ୟକ୍ରମ ଆଦ୍ୟ ଅଧିବେଶନ ପୂର୍ବାହ୍ନରେ ଅତିଥି ଭାବେ ସ୍ୱପ୍ନେଶ୍ଵର ସାହୂ, ବରିଷ୍ଠ ଶିକ୍ଷବିତ କାକଟପୁର ସରପଞ୍ଚ ଅଭୟ ସେଠୀ,କାକଟପୁର ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ସମାଜସେବୀ ଜ୍ଞାନ ରଞ୍ଜନ ସାହୁ, ରତିକାନ୍ତ ବେହେରା ଉପସ୍ଥିତ ଥିବା ବେଳେ ୮୧ବର୍ଷ ଉତ୍ସବ ଅବସରରେ କାକଟପୁର ଅଧିତାଷ୍ଟି ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ନିକଟରେ ୮୧ଟି ଦୀପଦାନ ବିଦ୍ୟାଳୟ ଛାତ୍ର ଛାତ୍ରୀ କରିଥିଲେ। ଅପରାହ୍ନ ସମୟରେ ପ୍ରଧାନଶିକ୍ଷକଙ୍କ ସଭାପତିତ୍ୱରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିବା ଶହ ବିଦ୍ୟାଳୟ ତରଫରୁ ଅତିଥିଙ୍କୁ ବୃକ୍ଷପ୍ରଦାନ ସହ ଉଦ୍ଘାଟନ କରିବା ସହିତ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ର, ଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ସ୍ଥିତି ସୁଦୃଢ କରାଯିବା ଉଚିତବୋଲି କହିଥିଲେ।
ପୁରୀ ଜିଲ୍ଲା କାକଟପୁର ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ ପିଏମ୍ ଶ୍ରୀ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ପ୍ରାଥମିକ ଶିକ୍ଷା ନିର୍ଦ୍ଧେଶକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର, ମୁଖ୍ୟବକ୍ତା ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ନିର୍ଦେଶାଳୟ ଅତିରିକ୍ତ ନିର୍ଦ୍ଧେଶକ ଡ଼ଃ ବିଶ୍ୱଜିତି ଘୋଷ,ସନ୍ନମାନିତ ଅନୁଗୁଳ ଜିଲ୍ଲାଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ନିରଂଜନ ସାହୁ, ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମର୍ଥ,ଚିରସନ୍ଧାନ ସମ୍ପାଦକ ଶ୍ରୀଯୁକ୍ତ ପାର୍ଥସାରଥୀ ଅଜୟ ବାରିକି, ବିଶିଷ୍ଟ କଣ୍ଠଶିଳ୍ପୀ ସୁଶ୍ରୀ ଶୈଳଭାମା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ନିର୍ଦେଶାଳୟ ଅତିରିକ୍ତ ନିର୍ଦ୍ଧେଶକ ଡ଼ଃ ବିଶ୍ୱଜିତି ଘୋଷ କହିଥିଲେ ଯେଉଁଛାତ୍ର ନିଜଭିତରେ ଏକାଗ୍ରତା, ଅଧ୍ୟ୍ୟବସାୟ ଓ ଦୃଢ଼ ସଂକଳ୍ପରଖି ଛାତ୍ର ଜୀବନରୁ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୁଏ, ଦିନେ ନାଁ ଦିନେ ସିଏ ସଫଳତାର ଶୀର୍ଷରେ ପହଞ୍ଚେ ବୋଲି ମତଦେଇଥିଲେ।
ସଂମ୍ମାନିତ ଅତିଥି ଅନୁଗୁଳ ଜିଲ୍ଲାଶିକ୍ଷାଅଧିକାରୀ ନିରଂଜନ ସାହୁ ବକ୍ତବ୍ୟରେ କହିଥିଲେ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରିବା ସହିତ ବିଦ୍ୟାଳୟକୁ ଆଗକୁ ନେଇଥାଏ ବୋଲି କହିଥିଲେ। ଏହା ସହିତ ଶିଶୁଟି ମଣିଷପରି ମଣିଷଟିଏ ହେବାପାଈଁ ତାର ପ୍ରଥମଗୁରୁ ନିଜ ମାଆ ପାଖରୁ ସଂସ୍କାର ଶିଖିବା ଉଚିତବୋଲି ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଚିରସନ୍ଧାନ ସମ୍ପାଦକ ଶ୍ରୀଯୁକ୍ତ ପାର୍ଥସାରଥୀ ଅଜୟ ବାରିକ ବକ୍ତବ୍ୟରେ କହିଥିଲେ ଛାତ୍ର, ଛାତ୍ରୀ ମୋବାଇଲି ବ୍ୟବହାରକୁ ପରିଣାମ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇବା ସହିତ ବିଦ୍ୟାଳୟର ପରିଚାଳନା କମିଟି, ଅଭିଭାବକ ଓ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ସହଯୋଗ ପାଈଁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ।
          ବିଦ୍ୟାଳୟ ସହଶିକ୍ଷକ ପ୍ରତାପ କୁମାର ରାଉତ ମଞ୍ଚ ପରିଚାଳନା କରିବା ସହ ସ୍ୱାଗତ ଭାଷଣ, ଅତିଥି ପରିଚୟ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତି ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ଏ ୱାନ ଛାତ୍ର ଛାତ୍ରୀଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା।ଏହା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥି ଗଣ ପୁରସ୍କୃତ ପ୍ରଦାନ କରିଥିଲେ। ବିଦ୍ୟାଳୟ ବାର୍ଷିକ ଉତ୍ସବରେ ବୁଧବାର ସନ୍ଧ୍ୟାରେ ସ୍ୱାଗତ ସଙ୍ଗୀତ ସହ ବିଭିନ୍ନ ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ସହ ଶିକ୍ଷକ ଏମ୍ ଡି ସମରଉଦିନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ପରିଚାଳନା କମିଟି ଅଧକ୍ଷା ରୀନାରାଣୀ ସ୍ୱାଇଁ, ଉପଅଧକ୍ଷ ସୁରେନ୍ଦ୍ର ନାଥ ମାଣିକ,କମିଟି ସଦସ୍ୟ ମାନସ କୁମାର ଦୀକ୍ଷିତି ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଅଭିବାଦନ ଜଣାଇଥିବାବେଳେ ସମସ୍ତ ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀ ଓ ପରିଚାଳନା କମିଟିର ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ।

Recent Comments

Leave Comments

Top