ବଲାଙ୍ଗିର/୧୭/୦୪/୨୦୨୫/(ଆଧାର ମିଡ଼ିଆ)-ବଲାଙ୍ଗିର ଚିମିନି ଭାଟିପଡ଼ା ରାମଦାସ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଚିନୁ ପଟ୍ଟନାୟକ ନିର୍ଦ୍ଦୋଷ ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ ସୁରମା ବହିଦାର ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁରମା ବହିଦାର କହିଛନ୍ତି ଯେ ତାଙ୍କ ସ୍ଵାମୀ ଚିନୂ ପଟ୍ଟନାୟକ ଉକ୍ତ ହତ୍ୟା ଘଟଣା ଦିନ ସେହି ସମୟରେ ସେ ତାଙ୍କର ମାଧିଆପାଲି ସ୍ଥିତ ଦୋକାନରେ ଥିଲେ ।ସମୟ ଓ ତାରିଖ ସହ ସିସିଟିଭି ଭିଡିଓ ରେକଡ଼ିଂ ସେ ସଂଗ୍ରହକରି ପୋଲିସ ଏବଂ ସାମ୍ବାଦିକ ମାନଙ୍କୁ ସେ ଦେଇଛନ୍ତି। ଉକ୍ତ ଘଟଣାରେ ତାଙ୍କ ସ୍ବାମୀଙ୍କୁ ପୋଲିସ ଫସାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି ।ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଆସାମୀକୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୨ତାରିଖ ଦିନ ଦ୍ବିପହରରେ ରାମଦାସ ନାମକ ଜଣେ ଡ୍ରାଇଭରକୁ ଚିମିନିଭାଟି ପଡ଼ା ରାସ୍ତାଉପରେ ଅତି ନୃଶଂସ ଭାବରେ ହତ୍ୟା କରାଯାଇଥିଲା ।ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ଭିତିକରି ସନ୍ଧନୀ କୁକୁର ଏବଂ ବିଭିନ୍ନ ସି ସି ଟିଭି ଫୁଟେଜକୁ ଭିତ୍ତିକରି ପୋଲିସ ଚିନୁ ପଟ୍ଟନାୟକକୁ ଗିରଫକରି କୋର୍ଟ ଚାଲାଣ କରିଥିଲା । (ବଲାଙ୍ଗିର ରୁ ଶରତ ମହକୁରଙ୍କ ରିପୋର୍ଟ I)
Recent Comments