logo
add image
ବାଲ୍ୟ ବିଭାହ ମଣ୍ଡପ ପାଲଟିଛି ଭକ୍ତ ଦାସିଆ ପିଠ-୩ ହଜାର ଟଙ୍କା ରସିଦରେ ହେଉଛି ନାବାଳିକା ବିବାହ

ବାଲ୍ୟ ବିଭାହ ମଣ୍ଡପ ପାଲଟିଛି ଭକ୍ତ ଦାସିଆ ପିଠ-୩ ହଜାର ଟଙ୍କା ରସିଦରେ ହେଉଛି ନାବାଳିକା ବିବାହ

ପୁରୀ/୧୮/୪/୨୦୨୫/( ଆଧାର ମିଡ଼ିଆ)-ସରକାର ବାଲ୍ୟ ବିଭାହକୁ ରୋକିବା ନିମନ୍ତେ ବିଭିନ୍ନ ସଭା ସମିତିରେ ଗୁରୁତ୍ୱ ଦେଇ ଚାଲିଥିବା ବେଳେ ଏଥିପ୍ରତି କଡାଆଇନ ପ୍ରଣୟନ କରିଛନ୍ତି. ହେଲେ ଏହି ନିୟମ ଓ ଆଇନକୁ ଖୁଲମ ଖୁଲା ଉଲଂଘନ କରଯାଇ ଲୁଚା ଛପାରେ ହଜାର ହଜାର ଟଙ୍କା ନେଇ ଲୁକାୟିତରେ ଦୈନିକ ୮ /୧୦ନାବାଳିକା ବିଭାହ କରାଯାଉ ଥିବାବେଳେ ଏବେ ଏକ ବାଲ୍ୟବିଭାହ ଲୋକ ଲୋଚନକୁ ଆସିଛି.
ପୁରୀଜିଲ୍ଲା ପିପିଲି ଥାନା ଅଧିନ ଭକ୍ତ ଦାସିଆ ପିଠରେ ଗତ୧୬ ତାରିଖ ଦିନ ନିକସ୍ଥ ଗ୍ରାମର ଜଣେ ନାବାଳିକାକୁ ଚନ୍ଦନପୁର ଥାନା ଅଞ୍ଚଳର ୧୯ ବର୍ଷର ଯୁବକ ସହିତ ବିଭାହ କରିବା ନେଇ କମିଟି କର୍ତ୍ୟୁପକ୍ଷ ୩ ହଜାର ଟଙ୍କାନେଇ ବିଭାଘର କରିଥିବା ସୂଚନା ମିଳିଛି. ଏଭଳି ସମ୍ବେଦନଶୀଳ ଘଟଣା ପ୍ରସାରିତ ହେବାପରେ ଖବରପାଇ ପିପିଲି ଚାଇଲଡ୍ଡ ଡେଭେଲମେଣ୍ଟ ପ୍ରୋଜେକ୍ଟ ଅଫିସର ପହଞ୍ଚି ନାବାଳିକାକୁ ଓ ୧୯ ବର୍ଷର ଯୁବକକୁ ଗୁରୁବାର ଦିନ ଉଦ୍ଧାର କରି ଛି.ଯୁବକଙ୍କୁ ଛାଡି ଦେଇଥିବା ବେଳେ ନାବାଳିକାକୁ ପୁରୀଜିଲ୍ଲା CWC କୁ ପଠାଯାଇ ଘଟଣା ସମ୍ପର୍କରେ ପିପିଲି ଥାନାରେ ଲିଖିତ ଅଭିଯୋଗ ହେବାରେ ଏନେଇ ପିପିଲି ଥାନା କେଶ ନଂ 236/25 ରେ ମାମଲା ଆଗତ ହୋଇଛି. ଯାହାକୁ ନେଇ ଏହି ନାବାଳିକା ବିଭାହରେ ସମ୍ପୃକ୍ତଥିବା ବ୍ୟକ୍ତିମାନଙ୍କୁ ଗିରଫ କରଯାଇ ନଥିବା ଜାଣିବାକୁ ମିଳିଛି. ଏନେଇ ପିପିଲି ଚାଇଲଡ ଡେଭେଲମେଣ୍ଟ ପ୍ରୋଜେକ୍ଟ ଅଫିସରଙ୍କ ମତାମତ ଲୋଡି ଥିବାବେଳେ ସେ ଗଣମାଧ୍ୟମ ପ୍ରତିନିଧି ଜାଣି- ଜାଣି ଶୁଣି ଫୋନ ଉଠାଇ ନଥିବା ଯୋଗୁ ଅଧିକ ତଥ୍ୟ ମିଳିନାହିଁ.

Recent Comments

Leave Comments

Top