logo
add image
ଶାଳଗଛ କାଟି ପୋଲନିର୍ମାଣ କାର୍ଯ୍ୟରେ ନିୟୋଜିତ:ବନବିଭାଗ ଚୁପ-ତଦନ୍ତ ଦାବୀ

ଶାଳଗଛ କାଟି ପୋଲନିର୍ମାଣ କାର୍ଯ୍ୟରେ ନିୟୋଜିତ:ବନବିଭାଗ ଚୁପ-ତଦନ୍ତ ଦାବୀ

ବାଲିଗୁଡା/୧୮/୦୪/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଜଙ୍ଗଲ ଆଉ ପାହାଡ଼ ଲଣ୍ଡା ହେବାରେ ଲାଗିଛି। ବଡ଼ବଡ଼ ଶାଳଗଛ କାଟି ଏକ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିପାଇଁ ଠିକାସଂସ୍ଥା ଆଉ ବନବିଭାଗ ଜଙ୍ଗଲକୁ ସଫା କରିବା ପାଇଁ ସରକାରଙ୍କ ସବୁ ନିୟମକୁ ଫୁ କରିଦେଇଛନ୍ତି l
ପ୍ରକାଶ ଯେ, ଉକ୍ତ ବନାଞ୍ଚଳ କିରିକୁଟି ପଞ୍ଚାୟତର ବୁରାଙ୍ଗିଆକୁ ସଂଯୋଗ କରିବା ପାଇଁ ବୁଡ଼ାଗୁଡ଼ା ଠାରୁ ବୁରାଙ୍ଗିଆକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଉକ୍ତ ରାସ୍ତାରେ ଏକାଧିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ଗୋଟିଏ ପୋଲ ନିର୍ମାଣରେ ଶତାଧିକ ଶାଳ ଗଛକୁ କଟାଯାଇ ସଟରିଂରେ ବ୍ୟବହାର କରାଯାଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟଟି ଦୁର୍ଗମ ଓ ଜଙ୍ଗଲ ଦେଇ ଯାଇଥିବାରୁ ନିକଟସ୍ଥ ଜଙ୍ଗଲରୁ ବହୁ ମୂଲ୍ୟବାନ ଶାଳ ଗଛକୁ କାଟି ଆଣି ପୋଲ କାର୍ଯ୍ୟରେ ବ୍ୟବହାର କରାଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର କାଠକୁ ଚୋରାଚାଲାଣ କରାଯାଇ ବ୍ୟବହାର କରାଯାଉଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷାରେ ରହିଥିବା ଜଙ୍ଗଲ ବିଭାଗ ନୀରବ ସାଜିଥିବା ଓ ଏତେ ବଡ଼ ସଂରକ୍ଷିତ ଜଙ୍ଗଲକୁ ଠିକାସଂସ୍ଥା ନଷ୍ଟ କରୁଥିଲେ ମଧ୍ୟ କିଭଳି ବିଭାଗ ନୀରବ ବସିଛି ସେ ନେଇ ଏବେ ଜଙ୍ଗଲ ଓ ପରିବେଶ ପାଇଁ ଚିନ୍ତା କରୁଥିବା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।
ଉକ୍ତ ପୋଲରେ ଶାଳକାଠ ବ୍ୟବହାର ହୋଇଛି ତାହା ନୁହଁ ରାସ୍ତା ସମ୍ପ୍ରସାରଣ ବେଳେ ବେଧଡ଼କ ରାସ୍ତାକୁ ଏକାଧିକ ସ୍ଥାନରେ ଓସାରିଆ କଟାଯାଇଛି। ଫଳରେ ଅନେକ ଗଛ ବଳି ପଡ଼ିଛି। ସେହିପରି ଏବେ ସେଟ୍ରିଙ୍ଗ ପାଇଁ ଆହୁରି କାଠର ଆବଶ୍ୟକତା ପଡ଼ିବାରୁ ଜଙ୍ଗଳରୁ ଶାଳକାଠ ଓ ଅନ୍ୟାନ୍ୟ କାଠ କଟାଯାଇ ବୁଡ଼ାଗୁଡା ଠାରୁ ବୁରାଙ୍ଗିଆ ମଧ୍ୟରେ ଅନେକ ସ୍ଥାନରେ କଟାଯାଇ ଥିବା କାଠ ଟ୍ରାକ୍ଟରରେ ପୋଲ ନିକଟକୁ ଅଣାଯିବା ପାଇଁ ଗଦାଗଦା କରି ରଖାଯାଇଛି। ଏନେଇ ଉକ୍ତ ବନାଞ୍ଚଳ ସିମନବାଡ଼ି ସେକ୍ସନର ବନପାଳ ବନିତା ପ୍ରଧାନଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯିବାରୁ ସେ ଓ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳକୁ ଶୁଣିକି ଯାଇଥିଲୁ ଠିକାସଂସ୍ଥାର ମାଲିକଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲି, ତାଙ୍କ ସହ କଥା ହେଲା ପରେ ଜଣାଇବୁ ବୋଲି ବୋଲି କହିବା ସହ ଏହି ସଂକ୍ରାନ୍ତରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ।

Recent Comments

Leave Comments

Top