logo
add image
ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ

ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ

ପାଇକମାଳ/ବରଗଡ/19/04/୨୫/(ଆଧାର ମିଡ଼ିଆ//ବିଦ୍ୟାଧର ସାହୁ)-ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳରେ ବିପର୍ଯ୍ୟୟ ମୁକାବିଲା ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଡଃ ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଛି। ଏନ ଡି ଆର୍ ଏଫ୍ କଟକ ଶାଖା ଏସଆଇ ବିବେକ କୁମାର ପାଣ୍ଡେଙ୍କ ନେତୃତ୍ୱରେ କାର୍ଯକ୍ରମ ପରିଚାଳିତ ହୋଇଥିଲା। ପ୍ରାଥମିକ ଚିକିତ୍ସା, ନିଆଁ ଲାଗିଲେ, ପାଣିରେ ବୁଡ଼ି ଯାଉଥିଲେ ଇତ୍ୟାଦି ବିଷୟରେ ସୁନିଲ କୁମାର, ଚୁମ୍ବିଲାଲ ପ୍ରଧାନ,ଧର୍ମେନ୍ଦ୍ର କୁମାର, ଲକ୍ଷ୍ମୀଧର  ସ୍ୱାଇଁ ଓ ପଙ୍କଜ ଶର୍ମା ସଚେତନତା ସୃଷ୍ଟି ସହ ମୁକାବିଲାର ଉପାୟ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୨୮ଜଣ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।ବିଦ୍ୟାଳୟରେ ପ୍ରଥମ ଅଭିଭାବକ,ଶିକ୍ଷକ/ ଶିକ୍ଷୟିତ୍ରୀ ଓ ଏସଏମଡିସି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୯୫ଜଣ ଅଭିଭାବକ ଅଂଶ ଗ୍ରହଣ କରିଥିଲେ।ପ୍ରଧାନ ଶିକ୍ଷକ  ଶିକ୍ଷା କ୍ୟାଲେଣ୍ଡର,ପୋଷଣ ଯୋଜନା,ପୋଷାକ ଯୋଜନା, ସାଇକେଲ ଯୋଜନା,ପରୀକ୍ଷା ବ୍ୟବସ୍ଥା  ସମ୍ପର୍କରେ ଆଲୋଚନା କରିଥିଲେ।ତିଲୋଚନ ନାୟକ ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।   

Recent Comments

Leave Comments

Top