ପଦ୍ମପୁର/୧୯/୦୪/୨୦୧୫/ (ଆଧାର ଓଡିଶା// ଡିଲେଶ୍ୱର ବାଗ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଧୂମାଭଟା ଗ୍ରାମରେ ବଣ ମଇଁଷି ଓ ଡଙ୍ଗାଛଚା ଗ୍ରାମରେ ବଣୁଆ ହାତୀ ବୁଲୁଥିବା ସୂଚନା ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳା ଦୁଇଟି ସ୍କ୍ୱାଡ଼ ଟିମକୁ ଧୂମାଭଟା ଓ ଡ଼ଙ୍ଗାଛଚା ଗ୍ରାମକୁ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରିବା ସହ ରାତିରେ ପଦାକୁ ନ ବାହାରିବାଏବଂ ଭୋର ସକାଳରୁ ମହୁଲ ଓ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ କେହି ନଯିବା ନେଇ ସତର୍କ କରି ବନବିଭାଗକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l ଭୟଭୀତ ନହୋଇ ସତର୍କ ରହିବାକୁ ଗଠିତ ବନବିଭାଗ ସ୍କ୍ୱାଡ଼ ଟିମ ଜମରତଲା,କୁଳିଆରୀ,ଲେଦରାପାଲି, ଦହିତା,ଜୟପୁର,ମୁଡୋମହୁଲ, ଛୀନ୍ଦ୍ରାପଲ୍ଲୀ ଆଦି ଗାଁରେ ସଚେତନ କରିବା ସହ ଉଭୟ ବଣ ମଇଁଷି ଓ ହାତୀ ଉପରେ ବନବିଭାଗ ର ତୀକ୍ଷ୍ଣ ନଜର ରହିଛି ବୋଲି ପଦ୍ମପୁର ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି l
Recent Comments