ବଡ଼ବିଲ,୨୦/୪(ଆଧାର ମିଡ଼ିଆ//ରିପୋର୍ଟ - ସଞ୍ଜୟ ସିହ୍ନା)କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଧୀନରେ ଥିବା ଆତ୍ରୀ ହଟିଂ ଠାରେ ଗୋଟିଏ ମାସ ପୂର୍ବରୁ କାଳ ବୈଶାଖୀ ଯୋଗୁଁ ସେଠାରେ ଥିବା ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଏକ ଗଛ ର ସାହାରାରେ ଅସୁରକ୍ଷିତ ଭାବେ ଓହଳି ରହିଥିଲା ଓ ସୂଚନା ଅନୁଯାୟୀ ଏହି ବିଦ୍ୟୁତ୍ ଖୁଣ୍ଟ ଟି ବାଲାଣି ସେଲ କମ୍ପାନୀର। ସ୍ଥାନୀୟ ବାସିନ୍ଦା ଏହି ଅସୁରକ୍ଷିତ ଭାବେ ଝୁଲି ରହିଥିବା ବିଦ୍ୟୁତ୍ ଖୁଣ୍ଟ ବିଷୟରେ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ କିନ୍ତୁ କମ୍ପାନୀର କୌଣସି କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେଇ ନଥିଲେ। ଯାହାଫଳରେ ବଲାଣି ଅଞ୍ଚଳର ଥିବା ଆତ୍ରି ହଟିଂ ବାସିନ୍ଦା କ୍ଷବ ପ୍ରକାଶ କରିଥିଲେ ଓ ସେହି ରାସ୍ତା ଦେଇ ଯିବା ଆସିବାକୁ ଅସୁରକ୍ଷିତ ମଣୁଛନ୍ତି। ଦେଖିବାକୁ ବାକି ରହିଲା ସେଲ କମ୍ପାନୀ ଏହି ସମସ୍ୟା କୁ କେବେ ଦୃଷ୍ଟି ଦେଇ ସମାଧାନ କରୁଛନ୍ତି।
Recent Comments