ବୌଦ୍ଧ/୨୦/୦୪/୨୦୨୫/ଆଧାର ମିଡ଼ିଆ- ଆଜି ଅଖିଳ ବିଶ୍ଵଗାୟତ୍ରୀ ପରିବାର ବୌଦ୍ଧ ଶାଖାପକ୍ଷରୁ ବୌଦ୍ଧ ସହରସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ଗର୍ଭବତୀ ମହିଳା ମାନଙ୍କ ପାଇଁ ସାମୁହିକ ଗର୍ଭସଂସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆସ ଗଢ଼ିବା ସଂସ୍କାର ବାନ୍ ପିଢ଼ି କାର୍ଯ୍ୟକ୍ରମ ଅବସରରେ ସମସ୍ତ ମା ମାନଙ୍କ ଠାରୁ ଦିବ୍ୟ ସନ୍ତାନ ଉତ୍ପନ୍ନ ହେବାପାଇଁ ମାର ଗର୍ଭରୁ ସନ୍ତାନ ମାନଙ୍କର ସଂସ୍କାର କରାଯାଉଛି l ଗାୟତ୍ରୀ ପରିବାରର ପ୍ରତିଷ୍ଠାତା ତପୋନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଦ୍ଵାରା ପ୍ରଚଳିତ ଏହି କାର୍ଯ୍ୟକ୍ରମ ସାରା ଭାରତ ବର୍ଷରେ ଆଜିର ଦିନରେ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମରେ ଶକ୍ତିପୀଠର ମୂଖ୍ୟଟ୍ରଷ୍ଟି ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ ଯୋଗଦେଇ ଗର୍ଭବତୀ ମାର ଆଚାର, ବ୍ୟବହାର, କର୍ମଦ୍ଵାରା ଗର୍ଭରେ ଥିବା ଶିଶୁର ଚରିଭାଗରୁ ତିନିଭାଗ ଜ୍ଞାନ ବିକଶିତ ହୋଇଥାଏ, ଯାହା ଆମେ ଅଭିମନ୍ୟୁ ଓ ପ୍ରହଲ୍ଲାଦ ଉପାଖ୍ୟାନରୁ ଜାଣିପାରୁ ବୋଲି ମତବ୍ୟକ୍ତ କରିଥିଲେ l
ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଦର୍ଶନ ମେହେର ଗର୍ଭର ତିନି ମାସରୁ ଶିଶୁର ମସ୍ତିଷ୍କର ବିକାଶ ଘଟେ ଏବଂ ସେହି ସମୟରୁ ଯଦି ମା ଏହି ଆଧ୍ୟାତ୍ମିକ ଧାରାକୁ ଅବଲମ୍ବନ କରିବ ତେବେ ଶାରୀରିକ ସହିତ ମାନସିକ ସ୍ତରରେ ଏକ ସୁସ୍ଥ ଓ ପ୍ରଜ୍ଞାବାନ ସନ୍ତାନ ଲାଭ କରିବ ବୋଲି ମତପୋଷଣ କରିଥିଲେ l ଏଥିରେ ବୌଦ୍ଧ ଏନଏସିର ବହୁ ମହିଳା ତାଙ୍କ ସ୍ବାମୀ ମାନଙ୍କ ସହ ଯୋଗଦେଇ ଏହି ଋଷି ପରମ୍ପରାକୁ ଆପଣାଇବା ପାଇଁ ଶପଥ ନେଇଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ବରିଷ୍ଠ ସଂଚlଳିକl ରୁକ୍ମିଣୀ ରାଜୁ ଓ ବରିଷ୍ଠ ପ୍ରଜ୍ଞା ପୁତ୍ର ପ୍ୟାରୀ ମୋହନ ଶତପଥୀ l ଏଥିରେ ସହଯୋଗ କରିଥିଲେ, ସାଧକ ହୃଦାନନ୍ଦ ମେହେର, ଗୀତା ରାଣୀ ପଟ୍ଟନାୟକ, ସାବିତ୍ରୀ ପାତ୍ର,ଗୀତା ରାଣୀ ମେହେର, ରଶ୍ମିତା ପ୍ରଧାନ, ପିତାମ୍ବର ମେହେର l ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ଗର୍ଭବତୀ ମହିଳା ମାନଙ୍କୁ ସାମିଲ୍ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି l
Recent Comments