ବଡ଼ବିଲ,୨୧/୦୪(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ସିହ୍ନା) ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବ୍ରହ୍ମ କୋମଳ ହେଉଛି ଭଗବାନ ବ୍ରହ୍ମା ଙ୍କ ଦ୍ବାରା ଏକ କୋମଳ ଫୁଲ ଯାହାକି ଏହି ଫୁଲର ଅମୃତ ଉତ୍ପନ୍ନ ହୋଇଥାଏ। ଏହି ଫୁଲ ଯେଉଁଠି ଫୁଟିଥାଏ ସେଠାରେ ଶାନ୍ତି ବଜାୟ ରଖିଥାଏ ଓ ସେଠାରେ କୌଣସି ନକାରାତ୍ମକ ଶକ୍ତି କୁ ପ୍ରବେଶ କରିବାକୁ ଦେଇନଥାଏ। ଏହି ଫୁଲ ଯାହା ଘରେ ଫୁଟି ଥାଏ ସେ ନିଜକୁ ବହୁତ ଭାଗ୍ୟବାନ ମଣିଥାଏ। ଏହିଭଳି କେନ୍ଦୁଝର ଜିଲ୍ଲା ବଲାଣି ଅଞ୍ଚଳର ଶାନ୍ତି ନଗର ଠାରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷୟତ୍ରୀ ଲୀଳାବତୀ ମହାନ୍ତି ଙ୍କ ଘରେ ଏହି ପବିତ୍ର ବ୍ରହ୍ମ କୋମଳ ଫୁଲ ଫୁଟିଛି ଯାହାଫଳରେ ଘର ର ପରିବାର ବହୁତ୍ ଖୁସି ହୋଇଛନ୍ତି ଓ ଆଖ ପାଖ ଅଞ୍ଚଳରେ ଥିବା ଲୋକମାନେ ଏହି ଫୁଲ କୁ ଦେଖିବା ପାଇଁ ଭିଡ଼ ଜମାଇଛନ୍ତି। ଏହି ଫୁଲ ଫୁଟିବା ପରେ ଘର ପରିବାର ଲୋକେ ଧୂପ ଦୀପ ଦ୍ଵାରା ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି।
Recent Comments