ପଦ୍ମପୁର/୨୧/୪/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ରବିବାର ମାରୱାଡି ଯୁବାମଞ୍ଚର ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାରୱାଡି ସମାଜର ସମ୍ପାଦକ ବଜରଙ୍ଗ ଗର୍ଗ, ମହିଳା ସମିତି ସଭାପତି କ୍ରିଷ୍ଣା ଦେବୀ ଅଗ୍ରୱାଲ ଓ ସମ୍ପାଦିକା ଏନି ଅଗ୍ରୱାଲ ଯୋଗ ଦେଇଥିଲେ। ଅତିଥିମାନେ ନୂତନ ଭାବରେ ନିର୍ବାଚିତ ହୋଇଥିବା ଯୁବାମଞ୍ଚର ପୁରା ଟିମକୁ ଉତ୍ସାହିତ କରିବା ସହ ଆଗକୁ କେମିତି ସମାଜର ଉନ୍ନତି ହେବ ସେ ନେଇ ନିଜ ନିଜ ଅଭିଭାଷଣ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ନୂତନ ଭାବେ ନିର୍ବାଚିତ ମାରୱାଡି ଯୁବାମଞ୍ଚର ସଭାପତି ନିତିନ ଅଗ୍ରୱାଲ, ଉପ ସଭାପତି ପ୍ରଭାତ ଅଗ୍ରୱାଲ ,ସମ୍ପାଦକ ଆଶିଷ ଅଗ୍ରୱାଲ, ସହ ସମ୍ପାଦକ ଅତୁଳ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ଅମିତ କୁମାର ଗର୍ଗ ଓ ଅନ୍ୟ ବିଭାଗର ସଦସ୍ୟ ମାନଙ୍କୁ ଫୁଳତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ୪୫ ବର୍ଷରୁ ଅଧିକ ଥିବା ଯୁବା ମଞ୍ଚର ପୂର୍ବତନ ସଦସ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାସହ, ୧୮ବର୍ଷର ଅଧିକ ଥିବା ନୂତନ ସଦସ୍ୟଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଭଜନ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଆଶିଷ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାରୱାଡି ସମାଜ,ମହିଳା ସମିତି ଓ ଯୁବାମଞ୍ଚର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
Recent Comments