ରେଙ୍ଗାଲି/ସମ୍ବଲପୁର/୨୨/୦୪/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ରେଙ୍ଗାଲି ଠାରେ ଅପରାହ୍ନ ୫ ଘଟିକା ରେ ଏକ ସ୍ୱର୍ଣୀମ ପଦକ୍ଷେପ ନିଆଯାଇଛି। ଗ୍ରାମର କୋମଳମତି ଶିଶୁ ଓ ବିଦ୍ୟାର୍ଥୀ ମାନଙ୍କୁ ସୁସଂସ୍କାର ଦେବାସହିତ ମାଗଣା ଶିକ୍ଷାଦାନ ଦେବାପାଇଁ ଏକ ସଂସ୍କାର କେନ୍ଦ୍ରର ଶୁଭ ଉଦଘାଟନ କରାଗଲା ରେଙ୍ଗାଲିର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ଵାଧୀନ ଏକତା ସଂଘଠନ ଦ୍ଵାରା। ଏହି କେନ୍ଦ୍ରରେ ବିଦ୍ୟାର୍ଥୀ ମାନଙ୍କର ଶିକ୍ଷା ଓ ଦକ୍ଷତାର ବିକାଶ କରାଯିବାର ସମସ୍ତ ପ୍ରବନ୍ଧ କରାଯିବ ବୋଲି ସଂଘଠନର ସଭାପତି ରାଜୀବ କୁମାର ମିଶ୍ର ପ୍ରତିଶ୍ରୁତି ଦେଲେ। ଏହି ସଂସ୍କାର କେନ୍ଦ୍ରଟି ଶ୍ରୀମାନ ଦୀପକ କୁମାର ବର୍ମାଙ୍କର ପ୍ରଚେଷ୍ଟାରେ କରାଯାଇ ଥିବାରୁ ତାଙ୍କୁ ମୁଖ୍ୟଅତିଥି ଭାବରେ ଆସନଦେଇ ଶୁଭାରମ୍ଭ କରିବାର ଶ୍ରେୟ ଦିଆଗଲା। କେନ୍ଦ୍ରଟିର ଉଦଘାଟନରେ ଅତିଥି ଭାବରେ ଥିଲେ ଶ୍ରୀରାମ ସେନାର ସଭାପତି ନୀତିଶ ଅଗ୍ରୱାଲ, ବିଶିଷ୍ଟ ଉଦଯୋଗୀ ଶ୍ରୀ ଶରତ କୁମାର ସାହୁ, ଶ୍ରୀ ମନିଶ ସିଂ, ଶ୍ରୀ ରାଜନ୍ ରାୟ, ମନୁ, ଧବଳେଶ୍ଵର ମହନା, ତାରାକାନ୍ତ ପଟଟନାୟକ, ହରିଶ ସହା, ଦିଲୀପ ଲୁହା ପ୍ରମୁଖ ଏବଂ ଉଦଘାଟନ କାର୍ଯ୍ୟକ୍ରମ କୁ ମିଳିତ ଭାବରେ ସଞ୍ଚାଳନ କରିଥିଲେ ସଂଘଠନ ର କାର୍ଯ୍ୟକାରିଣୀ ସଭାପତି ଶ୍ରୀ ପଦ୍ମନାଭ ଭୋଇ ଏବଂ ଅଧ୍ୟାପକ ଅଜୟ କୁମାର ସାହୁ। ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ୍ ଓ ଏକଯୁଟ କରିବାରେଥିଲେ ଶନ୍ତୋଷିନି ମହାନନ୍ଦ ଓ (ୱାର୍ଡ ମେମ୍ବର) ଓ ବରୁଣ ମହାନନ୍ଦ ମୁଖ୍ୟ ଭୂମିକାନେଇଥିଲେ ।
Recent Comments