logo
add image
ତାପଙ୍ଗ ବିନାୟକ ପବ୍ଲିକ୍ ସ୍କୁଲର ୨୩ତମ ବାର୍ଷିକଉତ୍ସବ

ତାପଙ୍ଗ ବିନାୟକ ପବ୍ଲିକ୍ ସ୍କୁଲର ୨୩ତମ ବାର୍ଷିକଉତ୍ସବ

ଖୋର୍ଦ୍ଧା/୨୨/୦୪/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ପ୍ରସନ୍ନ ସ୍ୱାଇଁ)-ଖୋର୍ଦ୍ଧାଜିଲ୍ଲା ନିଜିଗଡ଼ ତାପଙ୍ଗ ଗ୍ରାମ ବିନାୟକ ପବ୍ଲିକ୍ ସ୍କୁଲର ୨୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ବିଜୟ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଇଞ୍ଜିନିୟର ରବିନାରାୟଣ ଷଡ଼ଙ୍ଗା, ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟା ପକ ଗୋପାଳକୃଷ୍ଣ ଦାସ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସ୍ଵାସ୍ଥ୍ୟ ବିଭାଗ ସହ ସଚିବ ଡାକ୍ତର ସଦାନନ୍ଦ ମିଶ୍ର, ଖୋର୍ଦ୍ଧା ବ୍ଲକ ଉପାଧ୍ଯକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇଥିଲେ । ଆମ ରାଜ୍ୟର ସଂସ୍କୃତି ଓ ବିଭିନ୍ନ ପର୍ବଗୁଡ଼ିକୁ ଛାତ୍ର ଛାତ୍ରୀ ମାନେ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ । ମୁଖ୍ୟ ଅତିଥି ଗଳ୍ପ ଛଳରେ ରାଜା ଉଭାନପାଦଙ୍କ ଦୁଇରାଣୀ ସୁରୁଚି ଓ ସୁନୀତିଙ୍କ ଆଦର୍ଶ ମାର୍ଗରେ ଅଗ୍ରସର ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
ସେହିପରି ଡ଼ାକ୍ତର ସଦାନନ୍ଦ ମିଶ୍ର ହାତ ଧୂଆର ଆବଶ୍ୟକ‌ତା, ଉନ୍ନତ ଜୀବନ ଶୈଳୀ ଦ୍ଵାରା କିପରି ରୋଗଠାରୁ ଦୂରେଇ ରହିବାକୁ ହେବ ବୁଝାଇ କହିଥିଲେ । ମୁଖ୍ୟବକ୍ତା ତାପଙ୍ଗଗଡ଼ର ପାଇକମାନଙ୍କ ବୀରତ୍ଵର ଇତିହାସ ବର୍ଣନା କରିଥିଲେ । ବ୍ଲକ ଉପାଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର ଗଠନ ଓ ଉତ୍ସବ ପରିଚାଳନାର ପ୍ରଶଂସା କରିଥିଲେ । ସ୍ଥାନୀୟ ସମାଜସେବୀ କୈଳାସ ଚନ୍ଦ୍ର ବଳିଆରସିଂହ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧ ପ୍ରତାପ ବ୍ରହ୍ମା ବିଦ୍ୟାଳୟକୁ ଅଧିକ ଅନୁଦାନ ରାଶି ପ୍ରଦାନ ପାଇଁ ଘୋଷଣା କରିଥିଲେ । ବିଭିନ୍ନ ପ୍ରତିଯୋଗୀତା ପାଇଁ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ବ୍ୟତୀତ ଜଗନ୍ନାଥ ବାରିକ, ରାଜଲକ୍ଷ୍ମୀ ସାହୁ, ସୋମନାଥ ରଣଜିତ, ଚିରଞ୍ଜୀବୀ ଜଗଦେବ, ଆଲିଶା ପ୍ରିୟଦର୍ଶିନୀ, ଆଲୋକ ସାହୁ, ୟଶରାଜ ଛୋଟରାୟ, ସୌମ୍ୟ ରଞ୍ଜନ ସାହୁଙ୍କୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ନାୟକ, ରୋଜାଲିନ୍ ରାଉତରାୟ, ପ୍ରଦ୍ୟୁମ୍ନ ସାହୁ, ପ୍ରତୀକ୍ଷା ରାୟ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଚିନ୍ମୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ମନୋରଞ୍ଜନ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା ।

Recent Comments

Leave Comments

Top