ଵିଷମକଟକ/ଚନ୍ଦ୍ରପୁରୁ/୨୩/୪/୦୨୫/(ଆଧାର ମିଡ଼ିଆ//ରିପୋର୍ଟ-କାଷିନାଥପାଳ)-ରାୟଗଡା ଜିଲ୍ଲା ଉପାନ୍ତ ଵ୍ଲକ ଚନ୍ଦ୍ରପୁରୁକୁ ଜଳଯୋଗାଣ ନାଁରେ ଅଧୀକାରୀମାନେ କୋଟିକୋଟି ଟଙ୍କା ଲୁଟୁଥିବାରୁ ସଠିକ୍ ଭାବେ କାର୍ଯ୍ୟ ନହୋଇ ବ୍ଲକରେ ଜଳସଙ୍କଟ ଲାଗିରହିଛି। ଏପରି ସମସ୍ୟା ବନ୍ଦିରୀ ମୌଜାରେ ପାଣି ଟାଙ୍କିଠାରୁ ନଳକୂପ ପର୍ଯ୍ୟନ୍ତ ସଵୁଠି ଅକର୍ମଣ୍ୟ ଅବସ୍ଥା ଦେଖିବାକୁ ମିଳିଛି। ଜଳ ସଙ୍କଟରୁ ରକ୍ଷା ପାଇବା ପାଇଁ ବନ୍ଦିରୀ ଗ୍ରାମ କାଳିମା ସାହିରେ ଦୁଇଦିନ ହେଵ କୂଅ ସଫା କରାଯାଉଥିଲା। ହେଲେ ଆଜି ଵନ୍ଦିରୀ ଗ୍ରାମର ଚିତ୍ତରଞ୍ଜନ ଟାଙ୍ଗରାଙ୍ଗା ୩୯ବର୍ଷ ଓ ତେତେ ଟାଙ୍ଗରଙ୍ଗା ୨୬ ଵର୍ଷ ଶ୍ରମିକ ଭାବେ କୂଅଭିତରେ ପଶି ସଫାକରୁଥିଲେ, କୂଅ ଭିତରେ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିଲେ। ସେତେବେଳେ ସମୟ ପ୍ରାୟ ମଧ୍ୟାହ୍ନ ।ଏହି ସମୟରେ ଅଗ୍ନିଶମ ବାହିନୀ ଖବରପାଇ ଘଟଣା ସ୍ଥଳରେ ପହଁଞ୍ଚି ଦୁଇଜଣଙ୍କୁ କୂଅ ଭିତରୁ ଉଦ୍ଧାରକରି ଚନ୍ଦ୍ରପୁରୁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏପରି ଦୁଃଖଦ ଖଵରରେ ବନ୍ଦିରୀ, ଚନ୍ଦ୍ରପୁରୁ ଆଖପାଖ ଗାଁରେ ଶୋକରଛାୟା ଖେଳିଯାଇଛି। ପୋଲିସ୍ ଅପମୃତମାମଲା ରୁଜୁକରି ତଦନ୍ତ ଜାରିରଖିଛି। ଶଵ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି। ମୃତ ତେତେଙ୍କର ଗୋଟିଏ ୩ବର୍ଷର ଝିଅ ଥିବାବେଳେ ରଞ୍ଜନର ୩ଟି ସନ୍ତାନ ଅଛନ୍ତି। ସ୍ବାମୀଙ୍କ ମୃତ୍ୟୁରେ ଅସହାୟ ହୋଇପଡିଛନ୍ତି ଗରିବ ପରିବାର ।ତେଣୁ ସରକାରଙ୍କ ପକ୍ଷରୁ ମୃତକ ପରିବାରକୁ ୧୦ଲକ୍ଷ ଟଙ୍କା ଜଣକା ଦେଵାକୁ ଗ୍ରାମବାସୀ ତଥା ଵଦ୍ଧିଜୀବୀ ମହଲରେ ଦାବି ହେଉଛି।
Recent Comments