ଗୁଣପୁର/୨୨/୪/୨୦୨୫/(ଆଧାର ମିଡ଼ିଆ)-ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସଦ୍ୟ ପ୍ରକାଶିତ ସ୍ନାତକ ପରିକ୍ଷା ଫଳରେ ଗୁଣପୁର ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ କୃତକାର୍ଯ୍ୟ ହେବା ସହ ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି l ପଦାର୍ଥ ବିଜ୍ଞାନରେ ସୁଶ୍ରୀ ଅର୍ପିତା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ରସାୟନ ବିଜ୍ଞାନର ଛାତ୍ରୀ ସୁଶ୍ରୀ ପ୍ରୀୟଙ୍କା ରଥ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି, ଶିକ୍ଷା ବିଭାଗର ଦୁଇଜଣ ଛାତ୍ର ଲୋକେଶ ଭୂପତି ଓ ନିର୍ମଳା ପାଣ୍ଡୁସାହୁ ପଞ୍ଚମ ଓ ଦଶମ ସ୍ଥାନ ଅଧିକାର କରିଛନ୍ତି | ଅଧ୍ୟକ୍ଷ ସମସ୍ତ କୃଉକାର୍ଯ୍ୟ ହୋଇଥିବା ଛାତ୍ର ଓ ଛାତ୍ରୀ , ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣେଇଛନ୍ତି ।ଏହି ସଫଳତା ପାଇଁ ସମସ୍ତ ଛାତ୍ର ଓ ଛାତ୍ରି ମାନଙ୍କୁ ଅନୁଷ୍ଠାନର ବିଭିନ୍ନ ବିଭାଗର ଅଧ୍ୟାପକ ,ଅଧାପିକା ଓ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି ।
Recent Comments