logo
add image
ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଦାବିପତ୍ର ପ୍ରଦାନ

ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଦାବିପତ୍ର ପ୍ରଦାନ

କଣିହାଁ/୨୩/୪/୨୦୨୫/(ଆଧାର ମିଡ଼ିଆ)-ଏଆଇୟୁଟିୟୁସି ଓ ଏଆଇପିଏଫ୍ ସହବନ୍ଧିତ ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଏନଟିପିସି କଣିହାଁର କର୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏନଟିପିସି କଣିହାଁର ପ୍ରଗତି ଦ୍ବାର ସମ୍ମୁଖରେ ୟୁନିୟନର ଶତାଧିକ ସକ୍ରୀୟ ସଂଗଠକ ସମବେତ ହୋଇ ଠିକାଶ୍ରମିକଙ୍କ ନ୍ଯାଯ୍ଯ ଦାବିରେ ସ୍ଲୋଗାନ ଦେଇ ଥିଲେ। ଶ୍ରମ ଆଇନ ଅନୁସାରେ ବର୍ଷରେ ରିଟ୍ରେଞ୍ଚମେଣ୍ଟ ବେନିଫିଟ ବାବଦରେ ୧୫ ଦିନର ମଜୁରୀ, ୨୦ଦିନ କାମପାଇଁ ଏକ ଦିନର ମଜୁରୀ, ଜାତୀୟ ଛୁଟି ଓ ପର୍ବ ପର୍ବାଣୀ ଛୁଟିପାଇଁ ଏକଦିନର ଦୈନିକ ମଜୁରୀ ପ୍ରଦାନ କରିବା, ଠିକାଶ୍ରମିକଙ୍କ ବାର୍ଷିକ ସ୍ବାସ୍ଥ୍ଯ ପରୀକ୍ଷାରେ ସ୍ବାସ୍ଥ୍ଯ ସମସ୍ଯା ଥିବା ଠିକାଶ୍ରମିକଙ୍କ ଚିକିତ୍ସା ପାଇଁ ଇଏସ୍ଆଇସି ହସ୍ପିଟାଲକୁ ରେଫର ସୁବ୍ଯବସ୍ଥା କରିବା କିମ୍ବା ଏନଟିପିସି ମେଡିକାଲରେ ମାଗଣାରେ ଚିକିତ୍ସାର ସୁବ୍ଯବସ୍ଥା କରିବା, ଠିକା ଶ୍ରମିକଙ୍କ ନାମରେ  କୋର୍ଟରେ ବିଚାରାଧୀନ ମୋକଦ୍ଦମା ଥିବା କାରଣରୁ ଠିକାଶ୍ରମିକଙ୍କୁ କାମ କରିବାରୁ ବଞ୍ଚିତ ନକରିବା ,କଣ୍ଟିଜେଣ୍ଟ ନାମକ ଠିକାଶ୍ରମିକଙ୍କୁ ମେଣ୍ଟେନାନ୍ସ ଠିକାଶ୍ରମିକଙ୍କ ସହିତ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା,ଠିକାଶ୍ରମିକଙ୍କୁ ପ୍ରତି ମାସର ଦୁଇ ତାରିଖ ସୁଦ୍ଧା ମଜୁରୀ ସ୍ଲିପ ସହିତ ମଜୁରୀ ପ୍ରଦାନ କରିବା, ୬୦ ବର୍ଷ ବୟସ୍କ ଠିକାଶ୍ରମିକଙ୍କ ଅବସର ପରେ ତାଙ୍କ ପରିବାରରୁ ଜଣଙ୍କୁ ଠିକାଶ୍ରମିକ ଭାବେ ନିଯୁକ୍ତି ଦେବା କିମ୍ବା ୫ ଲକ୍ଷ ଟଙ୍କାର ଅବସରକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବା, ଦୁର୍ଘଟଣାରେ ମୃତ ଠିକାଶ୍ରମିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ବାର୍ଷିକ ଏକଲକ୍ଷ ଟଙ୍କାବୃଦ୍ଧି ଏବଂ ଜଣଙ୍କୁ ନିଯୁକ୍ତି ଦେବା, ଓ୍ବାଟର ସପ୍ଲାଇ ସିଷ୍ଟମ ଓ ମାନସରୋବର ଗେଷ୍ଟ ହାଉସରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ସମସ୍ଯାର ଆଶୁ ସମାଧାନ କରିବା,ଏନଟିପିସିର ୫୦ବର୍ଷ ପୁର୍ତ୍ତୀ ପାଳନ ଅବସରରେ ଠିକାଶ୍ରମିକଙ୍କୁ ମଧ୍ଯ ଉପହାର ସାମଗୀ ବା ଲାଭାଂଶ ପ୍ରଦାନ କରିବା, ଏବଂ ଠିକାଶ୍ରମିକଙ୍କ ଯାତାୟତ ସମୟରେ ପାଉଁଶ ନେବା ଆଣିବା ପାଇଁ ଉଦ୍ଦିଷ୍ଟ ଭାରୀଯାନ ଚଳାଚଳ ବନ୍ଦ କରିବା ଆଦି ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଏନଟିପିସି କଣିହାଁ ପ୍ରକଳ୍ପ ମୁଖ୍ଯଙ୍କୁ ପ୍ରଦାନ କରା ଯାଇଛି।
ତାଳଚେର ସୁପର ଥର୍ମାଲ ଓ୍ବାର୍କର୍ସ ୟୁନିୟନର ସଭାପତି ଜୟସେନ ମେହେର, ସାଧାରଣ ସମ୍ପାଦକ ପ୍ରହ୍ଲାଦଚନ୍ଦ୍ର ସାହୁ , ଯୁଗ୍ମସଂପାଦକ ଟୁନା ନାଏକ, କାର୍ଯ୍ୟକାରୀ ସଭ୍ଯ ଗନ୍ଧର୍ବ ନାଏକ, ପ୍ରତାପ ଚନ୍ଦ୍ର ପ୍ରଧାନ, ନିଳାମ୍ବର ତିରିଆ, ସିଙ୍ଗେଶ୍ବର ସାହୁଙ୍କ ପ୍ରମୁଖଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା। ଠିକାଶ୍ରମିକଙ୍କ ନାମରେ ବିଚାରାଧୀନ କୋର୍ଟ କେସ୍  ଥିବା ଯୋଗୁଁ ପୋଲିସ୍ କ୍ଲିଅରାନ୍ସ ନମିଳିବା କାରଣରୁ କାମରୁ ବଞ୍ଚିତ କରିବା ପ୍ରତିବାଦରେ ୨୯ ଏପ୍ରିଲ  ଦିନ ସକାଳ ୯ଟା ସମୟରେ ଅନୁଗୁଳ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏହି ୟୁନିୟନ ପକ୍ଷରୁ ଠିକାଶ୍ରମିକଙ୍କ ବିକ୍ଷୋଭ ସଂଗଠିତ କରାଯିବ ବୋଲି ଘୋଷଣା କରାଯାଇଛି।

Recent Comments

Leave Comments

Top