logo
add image
ମାଡିଗଲା ଟାଟା ଆଇଚର ଗାଡି :୧୦ଆହାତ ୫ଗୁରୁତର

ମାଡିଗଲା ଟାଟା ଆଇଚର ଗାଡି :୧୦ଆହାତ ୫ଗୁରୁତର

ବାଲିଗୁଡ଼ା/୨୫/୦୪/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବଜାରରେ ବଡ଼ଦୁର୍ଘଟଣା ଘଟାଇଲା ଟାଟା ଆଇଚର ଗାଡି | ବେପରୁଆ ଗାଡି ଚଳାଇ ଚଢ଼ିଗଲା ଦୋକାନ ବଜାର ଆଡକୁ,ଲୋକଙ୍କ ହୋ ହାଲ୍ଲା ପାଟିତୁଣ୍ଡ ଭିତରେ ଘଟଣା ସ୍ଥଳରୁ ଗାଡିଟି ଫେରାର ହୋଇଯାଇଥିଲା |ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାଇ ଟାଟା ଆଇଚର ଗାଡିଟି ମୁନିଗୁଡାରୁ ତୁମୁଡିବନ୍ଧ ଆଡକୁ ଆସିବା ବେଳେ କୋଟଗଡ଼ ବଜାରରେ ହଠାତ ବହୁ ଜୋରରେ ଏକ ଗୁପଚୁପ ଦୋକାନକୁ ଧକ୍କାଦେଇ ସେହି ରାସ୍ତାକଡରେ ଥିବା ଏକାଧିକ ଦୋକାନ ଆଡକୁ ମାଡ଼ିଯିବା ଫଳରେ ସେଠାରେ ଉପସ୍ଥିତ ଥିବା ବହୁ ଉଠାଦୋକାନୀ ଓ ବାଇକ ଆରୋହୀ ସମେତ ବହୁ ଗ୍ରାହକମାନଙ୍କୁ ଜୋରରେ ଧକ୍କା ଦେଇଥିଲା |  ସ୍ଥାନୀୟ ଲୋକଙ୍କ ସହଯୋଗରେ ବହୁ ଗୁରୁତର ଲୋକଙ୍କୁ କୋଟଗଡ ପ୍ରାଥମିକ ଡାକ୍ତରଖାନାରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ଆମ୍ବୁଲାନ୍ସ ଯୋଗେ ବିଜୟ କୁମାର ସାମଲ, ନିଶାନ୍ତ ବଡ଼ମାଝୀ, ଛବିଳ ମୁଠା ମାଝୀ, ସାସନ୍ତି ବଡ଼ ମାଝୀ ୪ ଜଣକୁ ପଠା ଯାଇଛି | ଦୁର୍ଘଟଣା ଏଭଳି ଥିଲା ଯେ ଏକାଧିକ ଗୁରୁତରଙ୍କ ଅବସ୍ଥା ସଂକଟା ପର୍ଣ୍ଣ ରହିଛି |ତୁମୁଡିବନ୍ଧ ପୁଲିସ ଦୁର୍ଘଟଣା ଘଟଇଥିବା କୋକୋକୋଲା କମ୍ପାନୀର ଖାଲି ବୋତଲ ଲୋଡିଂ ଗାଡିକୁ ଜବତ କରିବା ସହ ଚାଳକଙ୍କୁ କୋଟଗଡ ଥାନା ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି | କ୍ଷତିପୂରଣ ଦାବିରେ କୋଟଗଡ ଥାନାରେ ଏତଲା ହୋଇଥିବା ଜଣାପଡିଛି |

Recent Comments

Leave Comments

Top