ବୌଦ୍ଧ,୨୭/୦୪(ଆଧାର ମିଡ଼ିଆ)ବୌଦ୍ଧ ର ସ୍ଵାଭିମାନୀ ମଣିଷ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ହରପ୍ରସାଦ ମିଶ୍ରଙ୍କ ଗତକାଲି ୮୦ ବର୍ଷ ବୟସରେ ସ୍ଵର୍ଗବାସ ହୋଇଯାଇଅଛି।ସେ ପଡୋଶୀ ଜିଲ୍ଲା ଦଶପଲ୍ଲା ରେ ୧୯୪୫ ରେ ଜନ୍ମଗ୍ରହଣ କରି ବୌଦ୍ଧ ରେ ଶିକ୍ଷକତା ଆରମ୍ଭ କରି ଅବସର ଗ୍ରହଣ କରିଥିଲେ।ଜିଲ୍ଲା ବ୍ରାହ୍ମଣ ସମାଜ ର ସଂପାଦକ, ନାଗରିକ କମିଟିର ସଭାପତି ଭାବେ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିଥିଲେ।ଯୋଗଶିକ୍ଷକ, କବି ଭାବରେ ସେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ।ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଓ ଜାତୀୟ ରାଜପଥ ଆନ୍ଦୋଳନର ମୂଖ୍ୟ ନେତୃତ୍ଵ ନେଇଥିଲେ।ଗତକାଲି ରାତିରେ ତାଙ୍କ ବଡଝିଅ ଘର ଭବାନୀପାଟଣା ରେ ମୃତ୍ୟୁ ହୋଇଥିଲା।ଆଜି ସନ୍ଧ୍ୟାରେ ମହାନଦୀ ଆଳତୀ ଘାଟରେ ପୂଜ୍ୟ ପୂଜା କମିଟି ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା।ଜିଲ୍ଳା ବ୍ରାହ୍ମଣ ସମାଜ ର ସଭାପତି ଗୁରୁ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ନୀରବ ପ୍ରାର୍ଥନା ହୋଇଥିଲା। ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ବରିଷ୍ଠ ନାଗରିକ ଶ୍ୟାମ ସୁନ୍ଦର ପୁରୋହିତ, ଶୁଭେନ୍ଦୁ ପଟ୍ଟନାୟକ, ପ୍ରମିଲ ଦଲାଲ, ଚିତ୍ତରଞ୍ଜନ ଦାଶ, ଅରୁଣ ପଟ୍ଟନାୟକ, ଦେବାଶିଷ ପୁରୋହିତ ପ୍ରମୁଖ ସ୍ୱର୍ଗତଃ ମିଶ୍ରଙ୍କ କାର୍ଯ୍ୟ କଳାପ ବିଷୟରେ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ।ସେହି ପରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବରିଷ୍ଟ ନାଗରିକ କମିଟି ପକ୍ଷରୁ କମିଟିର ସଭାପତି ବିଶ୍ୱେଶ୍ୱର୍ ପୃଷ୍ଟି ଙ୍କ ସଭାପତିତ୍ୟୁ ରେ ସ୍ବର୍ଗତ ହର ସାର୍ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଏକ ସୃତିଚରଣ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ସମାଜସେବୀ ଚିତ୍ତରଞ୍ଜନ ଦାସ, ଇ ସଞ୍ଜୟ କୁମାର ପଣ୍ଡା, ବରିଷ୍ଟ ସାମ୍ବାଦିକ ରଘନାଥ ଷଡ଼ଙ୍ଗୀ, ବରିଷ୍ଟ ଆଇନଜୀବୀ ବିଶ୍ୱଜିତ୍ ମିଶ୍ର, ପ୍ରମୁଖ ହର ସାର୍ ଙ୍କ ସୃତି ଚ।ରଣ କରିଥିଲେ।
Recent Comments