ବାଲିଗୁଡା,୨୮/୦୪(ଆଧାର ମିଡ଼ିଆ//ରିପୋର୍ଟ -ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶିକ୍ଷାନିକେତନ ଅନୁଷ୍ଠାନ ପରିସର ରେ କନ୍ଧମାଳ ଜିଲ୍ଲାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନଙ୍କର ଏକ ବନ୍ଧୁମିଳନ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଜିଲ୍ଲାର ସମସ୍ତ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ମାନଙ୍କ ଉପସ୍ଥିତରେ ଏକ ସାଧାରଣ ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ସଭାରେ ପ୍ରାଥମିକ ଶିକ୍ଷକ ମାନଙ୍କର ଯୋଜନା ଭିତ୍ତିକ ପ୍ରଥା କୁ ହଟାଇ ନିୟମିତ କରିବା ପାଇଁ ସରକାରଙ୍କୁ ଦାବୀ ପତ୍ର ଦେବା ତଥା ଆବଶ୍ୟକ ସ୍ଥଳେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଛକରେ ଧାରଣା ଦେବା ପାଇଁ ଉକ୍ତ ସଭା ରେ ଆଲୋଚନା କରାଯାଇଥିଲା।ତତ୍ ସହିତ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ଼ୀ କରଣ କରିବା ପାଇଁ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଖେଳ,ଗୀତ,ନାଚ,ଅଭିନୟ ଆଦି ଉପାୟରେ କିପରି ଶିକ୍ଷା ଦାନ କରିହେବ ସେ ବିଷୟରେ ସଭାପତି ଜୟ ମରାଠୀ ସେନାପତି ଆଲୋକପାତ କରିଥିଲେ।ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ରୂପେ ଜୟ ମରାଠୀ ସେନାପତି,କାର୍ଯ୍ୟକାରୀ ସଭାପତି ରୂପେ ସେଜଲ୍ ମିଶ୍ର,ସମ୍ପାଦକ ରୂପେ ପ୍ରଣତି ମଞ୍ଜରୀ ସ୍ୱାଇଁ,ଯୁଗ୍ମ ସମ୍ପାଦକ ରୂପେ ସୌମ୍ୟ ରଞ୍ଜନ ପାତ୍ର,କୋଷାଧ୍ୟକ୍ଷ ରୂପେ ଫିରୋଜ ଦିଗାଲ ଏବଂ ଗଣ ମାଧ୍ୟମ ସଂଯୋଜକ ରୂପେ ଆକାଶ ପରା ସେଠ ନିର୍ବାଚିତ ହୋଇଛନ୍ତି।ଶେଷରେ ବାଲିଗୁଡ଼ା ବ୍ଲକ ସଭାପତି ଦୀପକ କୁମାର ମୁଖୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Recent Comments