ବାଲିଗୁଡ଼ା,୨୮/୦୪(ଆଧାର ମିଡ଼ିଆ//ରିପୋର୍ଟ -ସଞ୍ଜୟ କୁମାର ପାଣିଗ୍ରାହୀ)ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି।ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ।ପ୍ରଥମେ ଦିବଂଗତ ଶିକ୍ଷକ ମାନଙ୍କ ଆତ୍ମ ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା।ଜିଲ୍ଲା ଶିକ୍ଷକ ସଂଘ ର ସାଧାରଣ ସମ୍ପାଦକ ତୀର୍ଥବାସୀ ଘଡ଼ାଇ ଗତ ବୈଠକର ବିବରଣୀ ପାଠ କରିଥିଲେ। ବୈଠକ ରେ ଦରମା ଠିକ ସମୟରେ ନହେବା, ଶିକ୍ଷକ ମାନଙ୍କର ବହୁ ସମସ୍ୟା ବାରମ୍ବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟ ନହେବା,MACP ଓ RACP ନହେବା, ଇପିଏଫ ସମସ୍ୟା ସମାଧାନ ନହେବା,ଜିଲ୍ଲା କାର୍ଯ୍ୟାଳୟ ରେ ଅଫିସ ଅlସିଷ୍ଟାଣ୍ଟ ଙ୍କ ଶିକ୍ଷକ ମାନଙ୍କ ପ୍ରତି ବ୍ୟବହାର ସନ୍ତୋଷ ଜନକ ନୁହେଁ, ହେଡ଼ ସେବକ ପଦୋନ୍ନତି, MCT ଗ୍ରେଡ଼ସନ,ବି.ଏ ବି ଇ ଡି ଏବଂ ବି ଏସି ବି ଇଡି ଗ୍ରେଡ଼ସନ, ଆଗାମୀ ସାଧାରଣ ସଭା, ଶିକ୍ଷକ ମାନଙ୍କର ଅବସର ସମ୍ବର୍ଦ୍ଧନା ସଭା,ଦିବଂ ଗତ ଶିକ୍ଷକ ମାନଙ୍କ ପାଖରେ ସଂଘ ଠିଆହେବା,ଘରଭଡା ଇତ୍ୟାଦି ଆଲୋଚନା ହୋଇଥିଲା।ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ,କନ୍ଧମାଳ ଓ ଜିଲ୍ଲାପାଳ କନ୍ଧମାଳ ଙ୍କୁ ଅବଗତ କରାଇ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯିବ,ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ନ ହୁଏ ତେବେ ଓଡିଶା ସରକାର ଙ୍କୁ ଦରଖାସ୍ତ ଦେବା ସହିତ ଏକ ବିଶାଳ ଶିକ୍ଷକ ସମାବେଶ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କରିବା ପାଇଁ ଆଲୋଚନା ହୋଇଥିଲା।ଏଥିରେ ସମସ୍ତ କାର୍ଯ୍ୟ ନିର୍ବାହୀ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।ସଭା ଶେଷରେ ସଂଘ ର ମୁଖ୍ୟ ଉପଦେଷ୍ଟା ମାନ୍ୟବର ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ଓ ଆଇନ ପରମର୍ଶଦାତା ବିଜୟକୃଷ୍ଣ ପଟ୍ଟନାୟକ ଙ୍କୁ ଅବଗତ କରାଯାଇଥିଲା।ଶେଷରେ ସଂଘ ର ଉପସଭାପତି ରଂଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Recent Comments