ରେଢ଼ାଖୋଲ,୨୮/୦୪(ଆଧାର ମିଡ଼ିଆ)ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ଗାନ୍ଧୀ ସଭାଗୃହ ଠାରେ ସୋମବାର ଦିନ ସମ୍ବଲପୁର ଜିଲ୍ଲାପାଳ ଏବଂ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ମୋଟ ୭୩ ଟି ଅଭିଯୋଗ ଦାଖଲ ହୋଇଥିଲା।ସେଥିମଧ୍ୟରୁ ବ୍ୟକ୍ତଗତ ୫୭ ଟି ଓ ସାମୁହିକ ୧୬ଟି ରହିଥିଲା। ଅଭିଯୋଗ ଗୁଡିକ ମଧ୍ୟରେ ପାନୀୟଜଳ,ରାସ୍ତା,ସ୍ୱାସ୍ଥ୍ୟ,ଜମିଜମା, ଭତ୍ତା ଇତ୍ୟାଦି ରହିଛି। ଏଥିରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଅଭିଯୋଗ ଗୁଡିକୁ ଶୁଣି ତାହାର ତୁରନ୍ତ ସମାଧାନ କରିବାରୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ସହିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ପୋର୍ଟାଲ, ଆସୁଥିବା ଅଭିଯୋଗ ଗୁଡିକୁ ମଧ୍ୟ ପ୍ରାଥମିକତା ଆଧାରରେ ସମାଧାନ କରିବାକୁ ଉପସ୍ଥିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ ଶୁଣାଣୀରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହାନ୍ତ, ରେଢ଼ାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ କୁମାର ମେହେର,ରେଢ଼ାଖୋଲ ବିଡ଼ିଓ ରାଜେନ୍ଦ୍ର ନାରାୟଣ ସେନାପତି, ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ ସମେତ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଏହି ଅଭିଯୋଗ ଶୁଣାଣୀ ଶିବିରରେ ଉପସ୍ଥିତ ରହିଥିଲେ।
Recent Comments