ବାଲିଗୁଡା/୦୧/୦୫/୨୦୨୫ /(ଆଧାର ମିଡ଼ିଆ// ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକଚନ୍ଦ୍ର ସୀ ଅପ୍ରେଲ ୩୦ ତାରିଖରେ ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ମହୋତ୍ସବରେ ଏହି ମହାବିଦ୍ୟା ଳୟରେ ପୂର୍ବରୁ ଅବସର ଗ୍ରହଣ କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ପ୍ରାକ୍ତନ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରତ୍ୟୁଷ ରଞ୍ଜନ ଶତପଥୀ, ଅବସରପ୍ରାପ୍ତ ବାଣିଜ୍ୟ ପ୍ରାଧ୍ୟାପକ ସୁରେଶ କୁମାର ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ମଧୁସୂଦନ ମହାପାତ୍ର ଏବଂ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ପ୍ରମୁଖ ଯୋଗଦେଇ ନିଜ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତି ଅଭିଭାଷଣ ପ୍ରଦାନ କରିଥିବା ବେଳେ ତେଜେଶ୍ଵର ନାୟକ ସ୍ଵାଗତ ସମ୍ଭାଷଣ ଜଣାଇଥିଲେ। ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ସ୍ମୃତି ଚାରଣ କରି ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନକରିଥିଲେ। ଶୈକ୍ଷିକ ପରାମର୍ଶଦାତା ଡ଼.ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଏଥିରେ ଅଂଶଗ୍ରହଣ କରି ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।
Recent Comments