ବାଲିଗୁଡା/୦୧/୦୫/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟା ଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ବୁଧବାର ଅବସର ଗ୍ରହଣ କରିଥିବାରୁ ନୂତନ ଅଧ୍ୟକ୍ଷ ଭାବେ ଗୋପାଳପୁର ବେଳାଭୂମି ମହା ବିଦ୍ୟାଳୟ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଲକ୍ଷ୍ମଣ ପାଳ କାର୍ଯ୍ୟରେ ଯୋଗଦେଇ ଆସନ ଗ୍ରହଣ କରିଛନ୍ତି। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ଆନ୍ତଃ ଗୁଣବତ୍ତା ସୁନିଶ୍ଚିତ କକ୍ଷ ସଂଯୋଜକ ହିମାଂଶୁ ଚରଣ ସାହୁ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ୍ତ ନାୟକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଷ୍ମନ୍ତ ଶବର, ଅଧ୍ୟାପିକା ସ୍ନେହଲତା ମାଝୀ ଓ ସୁଲୋଚନା କହଁର ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।
Recent Comments