ବେଗୁନିଆ/ଖୋର୍ଦ୍ଧା/୦୪/୦୫/୨୦୨୫/(ଆଧାର ମିଡ଼ିଆ//ପ୍ରସନ୍ନ କୁମାର ସ୍ବାଇଁ)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସଦର ମହକୁମାସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀଜଗନ୍ନାଥ ସଂଗୀତାୟନ କକ୍ଷରେ ବିଶ୍ଵ ହସଦିବସ ଅବସରରେ ଏକ କବିତାପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଆଚାର୍ଯ୍ୟ ବିନୋଦ ବିହାରୀ ଦାସ ବେଦପାଠ କରିଥିଲେ।ଏଥିରେ ଅନୁଷ୍ଠାନର ସଭାପତି ଭାଗୀରଥି ପରିଡ଼ା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ସତ୍ୟନାରାୟଣ ସାମନ୍ତରାୟ,ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ୍ୱର ସୁନ୍ଦରାୟ,ସମ୍ମାନିତ ଅତିଥି ଭାବେ ଜନ କଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ ରଥ ଯୋଗଦାନ କରିଥିଲେ।
କାଶୀନାଥ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ ପ୍ରତିମା ପ୍ରଧାନ ଜୀବନରେ ହସର ଆବଶ୍ୟକତା ବିଷୟରେ ସମ୍ୟକ ସୂଚନା ଦେଇଥିଲେ।ଆଲୋଚ୍ୟ ପ୍ରସଙ୍ଗ "ଜୀବନରେ ହସର ଆବଶ୍ୟକତା " ବିଷୟରେ ସମସ୍ତ ଅତିଥି ଓ କବି କବୟିତ୍ରୀ ମାନେ ସ୍ବରଚିତ କବିତା ପାଠ ଓ ଆଲୋଚନା କରିଥିଲେ।ଏହି ଅବସରରେ ବେଗୁନିଆ ମଣ୍ଡଳ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ବେଗୁନିଆର ସୁନାମ ଅର୍ଜନ କରିଥିବା ଯମଜ ଛାତ୍ର ଦ୍ବୟ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଓ ଭବାନୀ ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିଥିମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି କବିତା ଆସରରେ କବି ଦିବ୍ୟଲୋଚନ ଭାରୀମଲ୍ଲ, ଶୁଭଲକ୍ଷ୍ମୀ ପ୍ରଧାନ,କବିତା ରାଉତ,ଶ୍ରୀକୁମାର ସାହୁ,ପ୍ରଦୀପ କୁମାର ସାହୁ,ରାଜକିଶୋର ସାହୁ,ଲକ୍ଷ୍ମୀଧର ମହାରଣା, ଅଶ୍ଵିନୀ କୁମାର ପଟ୍ଟନାୟକ,ରଜନୀ ବଳିଆରସିଂହ,ପିତାମ୍ବର ବେହେରା ,ରଘୁନାଥ ସାହୁ,ପ୍ରତାପ ସାହୁ, ନିରୋଜ ପ୍ରଧାନ,ଗୋଲାପ ମଞ୍ଜରୀ ମିଶ୍ର, କୈଳାଶ ଚନ୍ଦ୍ର ସାହୁ,ବିଜୟ ମହାନ୍ତି, ପତିତପାବନ ବଳବନ୍ତରାୟ, ରାମଚନ୍ଦ୍ର ସାହୁ,ଶରତ କୁମାର ମିଶ୍ର,ସୋମନାଥ ସାହୁ,ପ୍ରଫୁଲ୍ଲ କୁମାର ସାହୁ,ଶୁଭମ ସାହୁ,ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ବଳବନ୍ତରାୟ,ପ୍ରବାସୀ ସାମଲ ,ପବନ ଭୁଜବଳ, ମନୋରମା ସ୍ବାଇଁ ,ପବନି ଭୁଜବଳ,ସତ୍ୟବାଦୀ ସାହୁ,ଭାଗବତ ପାତ୍ର ଯୋଗଦାନ କରିଥିଲେ। ଶେଷରେ ଗାୟକ ପ୍ରଦୀପ୍ତ କିଶୋର ତ୍ରୀପାଠୀ ଉଦଯାପନୀ ସଂଗୀତ ଗାନ କରିଥିଲା ବେଳେ କବି ଜଗଦୀଶ ଚନ୍ଦ୍ର ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
Recent Comments