logo
add image
 ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ପଦ୍ମପୁର/ବରଗଡ/୫/୫/୨୦୨୫/ (ଆଧାର ମିଡିଆ//ଡିଲେଶ୍ୱର ବାଗ): ସୋମବାର ଦିନ ଓଡିଶା ଶିକ୍ଷା ସେବା-୨ କୁ ପଦୋନ୍ନତି ପାଇ ଶ୍ରୀଯୁକ୍ତ ନିରଲମ୍ବ ପ୍ରସାଦ ପଟେଲ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିଛନ୍ତି l ଏହା ପୂର୍ବରୁ ଶ୍ରୀଯୁକ୍ତ ପଟେଲ ୨୦୨୦ ମସିହାରେ ସିନିୟର SES ପଦବୀକୁ ପଦୋନ୍ନତି ପାଇ ଝର୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ l ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିବାର ତରଫରୁ ଶ୍ରୀଯୁକ୍ତ ପଟେଲ୍ ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସ୍ଵାଗତ କରାଯାଇଥିଲା l ଗତ ଅଗଷ୍ଟ ମାସରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଅଭିଳାଷ ସାହୁଙ୍କ ଠାରୁ ଶ୍ରୀଯୁକ୍ତ ପଟେଲ୍ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ବିଦ୍ୟାଳୟର ଉନ୍ନତି ଏବଂ ପ୍ରଗତିରେ ସମସ୍ତଙ୍କର ସହଯୋଗ ଆହ୍ଵାନ କରିଥିଲେ l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା l ପରିଶେଷରେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମେହେର୍ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top