କଣିହାଁ/୦୫/୦୫/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା ଏନଟିପିସି କଣିହାଁର ନୂତନ ଇଡି ଭାବରେ କେ ନରସିଂହ ରେଡ୍ଡୀ ଏପ୍ରିଲ ୩୦ତାରିଖ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ରେଡ୍ଡୀ କାର୍ଯ୍ୟରେ ଯୋଗଦାନ ପରେ ଏନଟିପିସିର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ତାଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥଲେ l ଶ୍ରୀ ରେଡ୍ଡୀ ୫ ସେପ୍ଟେମ୍ବର ୧୯୮୯ ମସିହାରେ ମେକାନିକାଲ୍ ରକ୍ଷଣାବେକ୍ଷଣ ବିଭାଗରେ ଜଣେ ଦକ୍ଷ୍ୟ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷାର୍ଥୀ ଭାବବେ ଏନଟିପିସିରେ ଯୋଗଦେଇ ତାଙ୍କର କର୍ମ୍ମୟ ଜୀଵନ ଆରମ୍ବ କରିଥିଲେ। ସେବେଠାରୁ ସେ ବିଭିନ୍ନ କାର୍ଯ୍ୟରେ ଯଥା ପ୍ରକଳ୍ପ ପରିଚାଳନା, ପ୍ରକଳ୍ପର ନୂତନ ଯୋଜନା ଏବଂ ମନିଟରିଙ୍ଗ ଇତ୍ୟାଦି କ୍ଷେତ୍ରରେ ବିପୁଳ ଅଭିଜ୍ଞତା ଅର୍ଜନ କରିଛନ୍ତି।
ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏକ ସର୍ବଶ୍ରେଷ୍ଠ କ୍ୟାରିଅର ସହିତ, ଶ୍ରୀ ରେଡ୍ଡୀ ଅଭିଜ୍ଞତାର ଭଣ୍ଡାର ଏବଂ ଦୃଢ଼ ନେତୃତ୍ୱ ସହିତ ବିପୁଳ ଜ୍ଞାନ ଆହୋରଣ କରିଛନ୍ତି । ଶ୍ରୀ ରେଡ୍ଡି କହଲଗାଓଁ, ସିମାଦ୍ରି, ବାର୍ଡ, ରିହାଣ୍ଡ ଏବଂ ଫରିଦାବାଦ ସମେତ ଏନଟିପିସି ପାୱାର ଷ୍ଟେସନ ଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଗୋଡ଼ିକର ରକ୍ଷଣବେକ୍ଷଣ ମୁଖ୍ୟ ପରିଚାଳନା ଏବଂ ଶେଷରେ ପ୍ରକଳ୍ପ ମୁଖ୍ୟଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତା ହାସଲ କରିଛନ୍ତି। ତାଙ୍କ ନେତୃତ୍ୱରେ ଏନଟିପିସି କଣିହାଁ ପ୍ରକଳ୍ପ ସୁରକ୍ଷା, ନିର୍ଭରଯୋଗ୍ୟତା, ଦକ୍ଷତା ଏବଂ ପରିବେଶ ଗତ ପରିଚାଳନାରେ ନୂତନ ମାନଦଣ୍ଡ ହାସଲ କରିବ ବୋଲି ଜଣାପଡିଛି l
Recent Comments