ବାଲିଗୁଡା/୦୫/୦୫/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସକାଳ ୮ ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଆରମ୍ଭ ହେବାନେଇ ଆଗୁଆ ଡାକବାଜି ଯନ୍ତ୍ର ଓ ବିଭିନ୍ନ ପଞ୍ଚାୟତରେ ନୋଟିସ ମାଧ୍ୟମରେ ସୂଚିତ କରଯାଇଥିଲା । ଯାହାଫଳରେ ଅଭିଯୋଗ କାରି ମାନଙ୍କ ସହ ଜିଲ୍ଲାସ୍ତରୀୟ ଓ ସ୍ଥାନୀୟ ଅଧିକାରୀ ମାନେ ପହଞ୍ଚି ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦିଙ୍କ ଅଧକ୍ଷତାରେ ଅଭିଯୋଗ ପ୍ରକାଷ୍ଠ ଆରମ୍ଭହୋଇଥିଲା ।ଏହି ଅଭିଯୋଗ ପ୍ରକୋଷ୍ଠରେ ମୋଟ ୯୯ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୨୩ ଟି ଗୋଷ୍ଠୀ ଗତ ଓ ୭୬ ଟି ବ୍ୟକ୍ତି ଗତ ଅଭିଯୋଗ ପ୍ରଦାନ କରିଥିଲେ ।
ବାଲିଗୁଡା ବ୍ଲକ ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଦିବ୍ୟାଙ୍ଗ, ନିଃସହାୟ ,ବିଧବା ହିତାଧିକାରୀ ମାନଙ୍କ ପ୍ରତି ହେଉଥିବା ଅବ୍ୟବସ୍ଥା ଓ ସରକାରଙ୍କ ଯୋଜନରୁ ବଞ୍ଚିତ କରାଯାଉଥିବା ଗୋଷ୍ଠୀ ଗତ ଅଭିଯୋଗ ଉପରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ବାଲିଗୁଡା ବିଡିଓ ଅକ୍ଷୟ ମଲ୍ଲିକ ,ବିଜ୍ଞାପିତ ପରିଷଦ ନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଲାଇଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ସେମାନଙ୍କୁ ଉଚିତ ନ୍ୟାୟ ଦେବା ପାଇଁ କହିଥିଲେ । ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ,ଜିଲ୍ଲା ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାଢୀ ,ସମନ୍ୱତ ଆଦିବାସୀ ଉନୟନ୍ନ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ,ତହସିଲଦାର ଦୀପ୍ତି ପ୍ରକାଶ ବେହେରା ,ବିଡିଓ ଅକ୍ଷୟ ମଲ୍ଲିକ, ସହ କାରୀ ଜିଲ୍ଲାପାଳ ଧୀରଜ କୁମାର ପାତ୍ରଙ୍କ ସମେତ ଶିକ୍ଷା ,ସ୍ୱାସ୍ଥ୍ୟ ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ,କୃଷି ,ଉଦ୍ୟାନ , ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ,ରାସ୍ତା ଓ କୋଠାବାଡ଼ି ଗ୍ରାମ୍ୟ ବିଭାଜନ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Recent Comments