କଣିହାଁ/୮/୫/୨୦୨୫/(ଆଧାର ମିଡ଼ିଆ)-ଶୁଭଦ୍ରା ପଦିଲ ହତ୍ୟାକାରୀକୁ ତୁରନ୍ତ ଗିରଫ ଓ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ କଣିହାଁ ଅନୁସୂଚିତ ଜାତି ଓ ଜନଜାତି ଏସସି ଓ ଏସଟି ସଂଘ ପକ୍ଷରୁ ଅନୁଗୋଳ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର କଣିହାଁ ଥାନା ଆଇଆଇସିଙ୍କୁ ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଗୁରୁବାର ଦିନ କଣିହାଁ ସଂଘର ସଭାପତି ପ୍ରଦୀପ ବେହେରାଙ୍କ ନେତୃତ୍ବରେ ଅରୁଣ ନାଏକ, ପ୍ରଶ୍ନ ନାଏକ,ବିଜୟ ବେହେରା, ଖଗେଶ୍ବର ନାଏକ, ରଞ୍ଜନ ନାଏକ, ବିଜୟ ନାଏକ ପ୍ରମୁଖ କଣିହାଁ ଥାନାକୁ ଯାଇ ଶୁଭଦ୍ରା ପରିବାରଙ୍କୁ ନ୍ୟାୟ ଦେବାପାଇଁ ଏସପିଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର କଣିହାଁ ଥାନା ଆଇଆଇସିଙ୍କୁ ପ୍ରଦାନ କରିଥିଲେ l ୩ ଦଫା ଦାବୀ ମଧ୍ୟରେ ସୁଭଦ୍ରା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର ଦଣ୍ଡବିଧାନ କରିବା, ପରିବାରର ଜଣକୁ ସରକାରୀ ଚାକିରି ପ୍ରଦାନ କରିବା, ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଇତ୍ୟାଦି ଦାବୀ ପତ୍ରରେ ଅନ୍ତର୍ଭୂକ୍ତ l
Recent Comments