କଣିହାଁ/ଅନୁଗୁଳ/୧୦/୦୫/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ ଟୁନା ସାହୁ)-କଣିହାଁ ବ୍ଲକ କୁଲେଇ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରବେଡା ଗ୍ରାମର ପୂର୍ବତନ ପୋଲିସ ଅଧିକାରୀ ଧୋବେଇ ଚରଣ ଭୁକ୍ତାଙ୍କ ଅକାଳ ବିୟୋଗ ଘଟିଛି, ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଚାରିଦିନ ପୂର୍ବରୁ ଶ୍ରୀ ଭୁକ୍ତା ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି ହୋଇଥିଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚେତାଶୂନ୍ୟ ହୋଇ ଥିବାରୁ ଡାକ୍ତର ୪ଦିନ ପରେ ଜଣାପଡିବ ବୋଲି କହିଥିଲେ। ଶେଷରେ ସେହି ୪ର୍ଥ ଦିନରେ ହିଁ ଶେଷ ନିଶ୍ୱାସ ତ୍ୟାଗକଲେ।
ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା। ତାଙ୍କ ସହିତ ପୁତ୍ର ରିଙ୍କୁ, ଝିଅ ମାମି, ନିନି ଉପସ୍ଥିତ ଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ଦେହାନ୍ତ ପରେ ଆମ୍ବୁଲାନ୍ସ ଯୋଗେ ନିଜ ବାସଭବନ ଡ଼ଙ୍ଗରବେଡା ବିଳମ୍ବିତ ରାତ୍ରି ଗୋଟାଏ ସମୟରେ ମର ଶରୀର ପହଞ୍ଚିଥିଲା। ବିଳମ୍ବିତ ରାତିର ଗ୍ରାମ ସ୍ମଶାନ ଭୂମିରେ ଶେଷ ସତ୍କାର କରାଯାଇଥିଲା। ଶ୍ରୀ ଭୁକ୍ତା,ଜଣେ ଭଦ୍ର, ମେଳାପୀ,ପରୋପକାରୀ,ସାହସୀ ବ୍ୟକ୍ତିଥିଲେ। ଶନିବାର ପାଳଲହଡା ବିଧାୟକ ଅଶୋକ ମହାନ୍ତି ତାଙ୍କ ଡ଼ଙ୍ଗରବେଡା ବାସ ଭବନରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ ଶ୍ରୀ ଭୁକ୍ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।
Recent Comments