logo
add image
ମୃତ ସୁଭଦ୍ରାକୁ ନ୍ୟାୟଦାବିରେ କ୍ୟାଣ୍ଡେଲେ ଶୋଭାଯାତ୍ରା .

ମୃତ ସୁଭଦ୍ରାକୁ ନ୍ୟାୟଦାବିରେ କ୍ୟାଣ୍ଡେଲେ ଶୋଭାଯାତ୍ରା .

କଣିହାଁ/ଅନୁଗୁଳ/ ୧୦/୦୫/୨0୨୫/(ଆଧାର ମିଡ଼ିଆ//ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଗଦାଶିଳା ଗ୍ରାମର ମା କୁମ୍ଭେଶ୍ୱରୀ ଯୁବକସଙ୍ଘ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ମୃତ ସୁଭଦ୍ରା ପଦିଲିଙ୍କ ଆତ୍ମାର ସଦଗତି ଓ ନ୍ୟାୟ ଉଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା  l  ମୃତ୍ୟୁ ସୁଭଦ୍ରାଙ୍କୁ ଲୋମ ହର୍ଷଣକାରୀ ଦୁଷ୍କର୍ମସହ ଏସିଡି ପକାଇ ମାରିଥିବା ଘଟଣାକୁ ନିନ୍ଦାକରି ବିଜୁଗୋଳ ରାମମନ୍ଦିର ଠାରେ ସଙ୍ଘର କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ ପ୍ରଜ୍ବଳନ କରିଥିଲେ l ସେଠାରୁ ବାହାରି ଏନଟିପିସି ବଜାର ପରିକ୍ରମାକରି ବାଇପାସ ଛକସହିଦ ସ୍ତମ୍ଭ ନିକଟରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିବାଦ କରିଥିଲେ l ଏଥିରେ ସରପଞ୍ଚ ବୃନ୍ଦାବନ ପ୍ରଧାନ,ସମିତି ସଭ୍ୟ ଦିବ୍ୟଜ୍ୟୋତି ପ୍ରଧାନ ସାମାଜିକ କର୍ମୀ ଶିବପ୍ରସାଦ ରାଉତ ମୁନା ପ୍ରଧାନ, ପିଂଟ୍ଟୁ ସାହୁ ମାନସ ପ୍ରଧାନ ପ୍ରମୁଖ ଯୁବଗୋଷ୍ଠୀ ମୁର୍ତ୍ୟୁ ଶୁଭ୍ରଦାଙ୍କୁ ତୁରନ୍ତ ନ୍ୟାୟ ଦାବୀରେ ସାମିଲ ହୋଇଥିଲେ

Recent Comments

Leave Comments

Top