ସମ୍ବଲପୁର ୧୨/୦୫/୨୦୨୫(ଆଧାର ମିଡ଼ିଆ/ରିପୋର୍ଟ - ସୁନିଲ କୁମାର ନାଥ)ଠେଲକଲୋଇ ପୋଲିସ ଦ୍ୱାରା ବେଆଇନ ପାଉଁଶ ଗାଡ଼ି ଜବତ l ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଠେଲକୋଲୋଇ ଅଞ୍ଚଳରେ ବେଆଇନ ପାଉଁଶ ପକାଉଥିବା ଯୋଗୁଁ ୨୩ ଟି ବେଆଇନ ଆକ୍ସ ଗାଡିକୁ ଜବତ କରିଛି ଠେଲକୋଲୋଇ ପୋଲିସ l ଆଜି ଝାରସୁଗୁଡା ଜ଼ିଲ୍ଲା ରୁ ବେଆଇନ ଭାବେ ପାଉଁଶ ନେଇ ଠେଲକଲୋଇ ହାଇ ସ୍କୁଲ ର ଆଖପାଖ ଅଞ୍ଚଳର ସକାଳ ପ୍ରାୟ ୫ଟା ସମୟରେ ପକାଉଥିବା ବେଳେ ପୋଲିସ ଖବର ପାଇଥିଲା l ତୁରନ୍ତ ଘଟଣାସ୍ଥକୁ ପୋଲିସ ପହଞ୍ଚି ସମସ୍ତ ଗାଡିକୁ ଜବତ କରିଥିଲା lସେପଟେ ଏହି ସମସ୍ତ ଆକ୍ସ ଗାଡି ଗୁଡିକ ଝାରସୁଗୁଡା ଜ଼ିଲ୍ଲା ର ଏକ କାରଖାନାରୁ ଆସୁଥିଲା l ପ୍ରତ୍ୟେକ ଦିନ ଏଭଳି ବେଆଇନ ଆକ୍ସ, ଝାରସୁଗୁଡା ଜ଼ିଲ୍ଲାରୁ ସମ୍ବଲପୁର ଜ଼ିଲ୍ଲାକୁ ବେଆଇନ ଭାବେ ଆଣି ଯଉଠି ମନ ସେଇଠି ପକାଇ ଦେଉଥିଲେ lତେବେ ଆଜି ଠେଲକୋଲୋଇ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏହି ହାଇୱା ଗାଡି ଗୁଡିକୁ ଜବତ କରିଥିଲା lପ୍ରକାଶ ଥାଉକି, ଏହି ଆକ୍ସ ଗାଡ଼ିଗୁଡିକ ନିଜ ଦକ୍ଷତା ରୁ ଅଧିକ ଓଭର ଲୋଡ ଆକ୍ସ ବୋଝେଇ କରି ସାମାନ୍ୟ ଗୋଟିଏ ପାଲ ଢାଙ୍କି ରୋଡ଼ ରେ ଯାଉଛନ୍ତି।ଯାହା ଫଳରେ ଅଧିକାଂଶ ଆକ୍ସ ବିଜ ରାସ୍ତା ରେ ପଡ଼ି ପଡ଼ି ଯାଉଛି ଏବଂ ପବନ ରେ ଏହା ଉଡି ମଣିଷ କୃତ କୁହୁଡ଼ି ହେଇଯାଉଛି।ରାସ୍ତା ଦେଖା ନଯିବାରୁ ନିରୀହ ଯାତ୍ରୀ ମାନେ ଦୁର୍ଘଟଣା ର ଶିକାର ହେଉଛନ୍ତି। ନିକଟରେ ଅବସ୍ଥିତ ଗ୍ରାମବାସୀ ମାନେ ଚର୍ମ ରୋଗର ଶିକାର ହେଉଛନ୍ତି।ଅନେକ ଲୋକ ପୁଲିସ ର ଏହି ପଦକ୍ଷେପ କୁ ସ୍ୱାଗତ ଯୋଗ୍ୟ ମନେ ମରିଛନ୍ତି। ନିକଟରେ ଅବସ୍ଥିତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି।
Recent Comments