କଣିହାଁ,୧୨/୦୫(ଆଧାର ମିଡ଼ିଆ//ରିପୋର୍ଟ -ଟୁନା ସାହୁ)ଅନୁଗୋଳ ଜିଲ୍ଲା ଜଣିହାଁ ବ୍ଲକ ବଡଗୁଣ୍ଡୁରୀ ଗ୍ରାମର ଅଧିବାସୀ 'ଲୋ ଭୋଲଟେଜ୍' ଓ ଅଘୋଷିତ ବିଜୁଳି କାଟ୍ ପ୍ରତିବାଦ୍ ରେ ସୋମବାର କଣିହାଁ ବିଦ୍ୟୁତ୍ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଆଜି ସକାଳ ସାଢେ ୭ଟାରୁ ସାଢେ ୧୨ଟା ପର୍ଯ୍ୟନ୍ତ ଆନ୍ଦୋଳନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।୧୫ ଦିନ ମଧ୍ୟରେ ଗ୍ରାମ ବାସୀଙ୍କ ସମସ୍ୟା ସମାଧାନ ନେଇ ଟିପିସିଓଡିଏଲ୍ ଜେଇ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀ ଆନ୍ଦୋଳନ କୁ ସ୍ଥଗିତ ରଖିଥିଲେ।ବଡଗୁଣ୍ଡୁରୀ ଗ୍ରାମ ବାସୀଙ୍କ ଅଭିଯୋଗ ମୁତାବକ,ପ୍ରଧାନପଡା ସାହି,ବଡଦାଣ୍ଡସାହି,ବେହେରା ସାହି ଆଦି ବସ୍ତିର ୧୭୦ ଜଣ ବିଦ୍ୟୁତ ଉପୋଭକ୍ତା ଅଛନ୍ତି ।ଏଥି ପାଇଁ ପୁରୁଣା ୧୦୦ କେ.ଭି. ର ଟ୍ରାନ୍ସଫର୍ମର ଲାଗିଛି।ବିଦ୍ୟୁତ ଉପଭୋକ୍ତା ବଢୁଥିବା ବେଳେ ଏହି ୧୦୦ କେଭି ଟ୍ରାସ୍ଫର୍ମର ବୃଦ୍ଧି ପାଇଁ ବାରମ୍ବାର ଉପଭୋକ୍ତା ମାନେ ବିଭାଗିୟ ଅଧିକାରୀଙ୍କୁ ଅବଗତ କରିଆସୁଥିଲେ ମଧ୍ୟ ଫଳ ଶୂନ।ଆଜି କାଲି କହି ବର୍ଷାଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସୁଧାବି ଏବଂ ସମାଧାନ କରିବା ପରିବର୍ତ୍ତେ ବିଭାଗୀୟ ଅଧିକାରୀ ବିଭିନ୍ନ ବାହାନା ଦେଖାଇ ଠକି ଆସୁଛନ୍ତି।ଗ୍ରୀଷ୍ମର ପ୍ରଭାବ ବଢ଼ୁଥିବା ବେଳେ 'ଲୋ ଭୋଲଟେଜ ସହିତ ଅଘୋଷିତ ବିଦ୍ୟୁତ କାଟ' ସହିତ ଅସହ୍ୟ ରୌଦ୍ର ତାପରେ ଗୁଳୁ ଗୁଳି ରେ ଅଧିବାସୀଙ୍କ ଯାତନା ଦୁଇଗୁଣିତ ହୋଇଛି।ସମସ୍ୟାର ସମାଧାନ କରିବା ବଦଳରେ ବିଭାଗୀୟ ଅଧିକାରୀ ଠକିବା ଫଳରେ ଆଜି ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଲୁ ବୋଲି ବିକ୍ଷୋଭକାରୀ ପ୍ରକାଶ କରିଛନ୍ତି। ବାଉରିବନ୍ଧୁ ବେହେରା,ଖିଜୁ ସାହୁ,ଦୀପକ ପ୍ରଧାନ, ସୁମନ୍ତ ପ୍ରଧାନ, ଆନନ୍ଦ ପ୍ରଧାନ,ଦେବର୍ଷି ବିଶ୍ୱାଳ,ମନୋଜ କୁମାର ବିଶ୍ବାଳ,ଶୀତୁନ ପ୍ରଧାନ ପ୍ରମୁଖ ସାମିଲ ଥିଲେ|
Recent Comments