logo
add image
ବିନିକା ବ୍ଳକ  କର୍ମଚାରୀ ବୃନ୍ଧ ଅନିଦିଷ୍ଟ ପାଇଁ  କଲମ ଛାଡ଼ ଆନ୍ଦୋଳନ:ଥାନାରେ ମାମାଲା  ରୁଜୁ ଓ ଘଟଣାରେ ସପ୍ରୃକ୍ତଥିବା ବ୍ୟକ୍ତି ବିଶେଷଙ୍କ ନାମରେ ତୁରନ୍ତ କାର୍ଯ୍ୟନୁଷ୍ଟାନ ପାଇଁ ଦାବି

ବିନିକା ବ୍ଳକ  କର୍ମଚାରୀ ବୃନ୍ଧ ଅନିଦିଷ୍ଟ ପାଇଁ  କଲମ ଛାଡ଼ ଆନ୍ଦୋଳନ:ଥାନାରେ ମାମାଲା  ରୁଜୁ ଓ ଘଟଣାରେ ସପ୍ରୃକ୍ତଥିବା ବ୍ୟକ୍ତି ବିଶେଷଙ୍କ ନାମରେ ତୁରନ୍ତ କାର୍ଯ୍ୟନୁଷ୍ଟାନ ପାଇଁ ଦାବି

ବିନିକା,୧୩/୫(ଆଧାର ମିଡ଼ିଆ)ଆଜି ବିନିକା ବ୍ଳକ ସମସ୍ତ ସରକାରୀ କର୍ମଚାରୀ ବୃନ୍ଦ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ  ଅନିଦିଷ୍ଟ କାଳ ପାଇଁ କଳମ ଛାଡ଼ା ଆନ୍ଦୋଳନ ଆରମ୍ଭ କରି ଜିଲ୍ଲା ସ୍ତରିୟ ଅଭିଯୋଜ ସୁଣାଣୀରେ ଏସ୍ପି ଙ୍କୁ ଭେଟି ତୁରନ୍ତ  ବିନିକା ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ର ପଞ୍ଜିକରଣ କରି ଦୋଷି ବିରୁଦ୍ଧରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବାପାଇଁ ସମସ୍ତ କର୍ମଚାରି ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ମାମଳା ରୁଜୁ କରି ଦୋଷି ମାନଙ୍କ ବିରୁଦ୍ଧରେ  କାର୍ଯ୍ୟନୁଷ୍ଟାନ  ନ ହେବା ପର୍ଯ୍ୟନ୍ତ ବିନିକା ବ୍ଳକ ରେ ସମସ୍ତ କାର୍ଯ୍ୟ ଠପ ହେବ ବୋଲି ଚେତାବନି ଦେଇଛନ୍ତି। ସୁଚନା ଯୋଗ୍ୟ ଯେ ବିନିକା ବ୍ଳକ କାର୍ଯ୍ୟାଳୟକୁ ବିରମାହାରାଜପୁର ବିଧାୟକ ରଘୁନାତ ଜଗଦଳା ଓ ତାଙ୍କ ସମର୍ଥକ ଗତ ମେ ୯ ତାରିଖ ଅପରାହ୍ନ ୪.୪୫ରେ ପହଞ୍ଚି ସରକାରଙ୍କ ଉନ୍ନୟନ କାମର ଫାଇଲ ବିଡ଼ିଓ ଙ୍କୁ ମାଗିଥିଲେ।ବିଧାୟକ ବ୍ଳକକୁ ଆସୁଥିବା ଖବର ପାଇ ବିଡ଼ିଓ ,ଏଇଇ ଏବଂ ବ୍ଳକ ର ସମସ୍ତ ‌ ଜେଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଖବର କରିଥିଲେ। ଅଫିସ ସମୟ ପରେ ହୋଇଥିବାରୁ  ଅନେକ କର୍ମଚାରୀ ନିଜ ନିଜ ଘରୋଇ କାର୍ଯ୍ୟରେ ବ୍ୟସ୍ଥ ରହିଥିବାରୁ କେବଳ ଏଇଇ,ଜେଇ.ଭୋଜରାଜ ମେହେର ବିଡ଼ିଓ କାର୍ଯ୍ୟଳୟକୁ ପହଞ୍ଚିଥିଲେ।ଜେଇ ଶ୍ରୀ ମେହେରଙ୍କୁ ଦେଖି ବିଧାୟକ ଶ୍ରୀ ଜଗଦଲା ପରିଚୟ  ମାଗିଥିଲେ।ବିଧାୟକ ଶ୍ରୀ ଜଗଦଲା ଜେଇଙ୍କ ପରିଚୟ ପାଇଲା ପରେ ତାଙ୍କ ମୁହଁକୁ ଫାଇଲ ଫୋପାଡ଼ି ଅଶ୍ଳିଳ ଭାଷାରେ ଗାଳିଗୁରଜ କରିବାସହ   ତୁରନ୍ତ ମହାଦେବପାଲି  ଗ୍ର‌ାମ ପଞ୍ଚାୟତ କୁ ଯାଇ ଅମୃତ ଧାର ଲେଆଉ ଦେବାକୁ କହିଥିଲେ।ଏହି ସମୟରେ ତାଙ୍କ ବିଧାୟକଙ୍କ ନିଦ୍ଧେଶରେ ତାଙ୍କ ସହଯୋଗି ଭୂବନେଶ୍ବର ପାତ୍ର ଓ ଆକାଶ ନାଏକ ତଥା ଅନ୍ୟ ନେତା ଜେଇଙ୍କୁ ଧର୍କା ,ଲାତ ମରାମରି କରିଥିବା ଅଭିଯୋଗ ପତ୍ରରେ ଲିପିବଦ୍ଧ ହୋଇଛି।ସଂନ୍ଧ୍ୟାରେ ବିନିକା ଥାନାରେ ଜେଇ ଶ୍ରୀ ମେହେର ଲିଖିତ ଅଭିଯୋଗ କରି କରିଥିଲେ ମଧ୍ୟ ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ବିନିକା ଥାନାରେ କେଶ ଦାୟର ହୋଇନ ଥିବା ଜଣାପଡ଼ିଛି।ଯେଉଁମାନେ ଏହି ଘଟଣାରେ ସପ୍ରୁକ୍ତ ରହିଛନ୍ତି ଆଇନ ଅନୁସାରେ କାର୍ଯ୍ୟନୁଷ୍ଟା ନ ହେବା ପର୍ଯ୍ୟନ୍ତ ବିଡ଼ିଓ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ସମସ୍ତ କର୍ମଚାରୀ ମାନେ ଅନିଦିଷ୍ଟ କାଲ ପାଇଁ ଅଫିସ ସମୟରେ  କଲମ ଛାଡ଼ ଆନ୍ଦୋଳନ ଯାରି ରହିବ ବୋଲି ପ୍ରକାଶ କରିଛନ୍ତି।ଏଘଟଣା ନେଇ ବିନିକା ଥାନା ଆଇଆଇସି ସାରଙ୍ଗ ଧର ପାଣିଗ୍ରାହିଙ୍କୁ ଯୋଗାଯୋଗ କରିବାରୁ ବିଏନଏସ ଧାରା ଅନୁଶାରେ ଅନୁସନ୍ଧାନ ଜାରୀ ରହିଥିବା ପ୍ରକାଶ କରିଛନ୍ତି।ଅପରପକ୍ଷରେ ବିଧାୟକ ଇଂ ଜଗଦଲାଙ୍କୁ ଫୋନ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ମତାମତ ମିଲି ପାରିନାହିଁ।

Recent Comments

Leave Comments

Top