କଣିହାଁ/୧୪/୫/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ର ପଞ୍ଚାୟତ ସମିତି ବୈଠକ ପବିତ୍ର ମୋହନ ସଭା ଗୃହ ପରିସରରେ ବୁଧବାର ଷଷ୍ଠ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧକ୍ଷ ରାମକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଭାବେ ତ୍ରିପୁରାରୀ ପ୍ରଧାନ,ତାଳଚେର ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପ୍ରଧାନ,ପାଳଲହଡା ବିଧାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ସାମଲ, ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ସାହୁ, କଣିହାଁ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ପ୍ରଧାନ, ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମରା , ସହକାରୀ ଯନ୍ତ୍ରୀ ସଲିଳ କୁମାର ସ୍ୱାଇଁ, ପଞ୍ଚାୟତ ଉନୟନ ଅଧିକାରୀ ବିଜୟୀ କୁମାର ସାହୁ,ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ବୈଠକରେ ଶିକ୍ଷା,ସ୍ୱାସ୍ଥ୍ୟ,ମନରେଗା,ପାନୀୟ ଜଳ,ବିଦ୍ୟୁତ,ରାସ୍ତା ସମସ୍ୟା,ବିଷୟରେ ଆଲୋଚନାହୋଇଥିଲା,ଏନଟିପିସି,ଓ ଜେଆଇପିଏଲ ଅଧିକାରୀ ମାନେ ଉପସ୍ଥିତ ରହି କ୍ଷତିଗ୍ରସ୍ତ ଗ୍ରାମ ଗୋଡ଼ିକ ଆଦି ସିଏସଆର କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା।ସ୍ଥାନୀୟ ଅଞ୍ଚଳରେ ଗଢି ଉଠିଥିବା ଶିଳ୍ପ ସଂସ୍ଥା ଗୁଡିକର କ୍ଷମତା ସମ୍ପର୍ଣ୍ଣ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ. ଏମସିଏଲର, ଯୁଗ ଦେଇଥିବା ନୂତନ ସିଏସଆର ଅଧିକାରୀଙ୍କୁ ବୈଠକରେ କେଉଁ ଗ୍ରାମାଞ୍ଚଳ କୁ କେତେ ଟ୍ରାଙ୍କର ପାଣି ଦେଉଛ ପଚାରିବାରୁ ମୁଁ ଜାଣିନାହିଁ କହିବାରୁ ଜନ ପ୍ରତିନିଧିମାନେ ଉଦବେଗ ପ୍ରକାଶ କରିଥିଲେ।ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ବହୁ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ସାମିଲ ଥିଲେ।
Recent Comments