ସମ୍ବଲପୁର/ରେଙ୍ଗାଲି/ ୧୫/୦୫/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବସଷ୍ଟାଣ୍ଡ ଦୁର୍ଗାମଣ୍ଡପ ନିକଟସ୍ଥ ଟ୍ରାନ୍ସଫରମର ରେ ହଠାତ ନିଆଁ ଲାଗି ଯାଇଥିଲା । ଭୀଷଣ ଗରମ ଯୋଗୁଁ ଏହା ଅଧିକ ଉତ୍ତପ୍ତ ହୋଇ ସର୍ଟ ସର୍କିଟ ହୋଇଥିବା ଅନୁମାନ କରାଯାଉଛି l ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ମାନେ ଆସି ନିଆଁକୁ କାବୁ କରିଛନ୍ତି l ଆଉ ଗୋଟିଏ ବଡ଼କଥା ହେଲା ଏବେ ସମ୍ବଲପୁର ଉତ୍ତପ୍ତ ସହର ମଧ୍ୟ୍ୟରେ ଏକ ନମ୍ୱର ଥିବାବେଳେ ରେଙ୍ଗାଲି ବ୍ଲକ ହେଉଛି ଅତ୍ୟଧିକ ଗରମ.କାହିଁକିନା ଏଠାରେ କଳକାରଖାନା ମାନଙ୍କର ଗରମ ଗ୍ୟାସ ସାଙ୍ଗକୁ ଖରାର ତାତି ଏହି ଅଂଚଳକୁ ଦ୍ବିଗୁଣିତ କରିଦେଉଛି l ଏପଟେ ଜଙ୍ଗଲ ନଷ୍ଟ ସାଙ୍ଗକୁ ନୁଆଁ ଜଙ୍ଗଲର ପୁନଃଉଦ୍ଧାର ହୋଇ ପାରୁନି ଯଦି ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦିଅନ୍ତି ଆଗାମୀ ଦିନରେ ରେଙ୍ଗାଲିର ଅବସ୍ଥା ସାଙ୍ଘାତିକ ହୋଇପାରେ.
Recent Comments