logo
add image
ବୌଦ୍ଧ ଜିଲ୍ଲା ଟପ୍ପରହେଲେ ଶକ୍ତିପ୍ରଜ୍ଞା ପ୍ରଧାନ

ବୌଦ୍ଧ ଜିଲ୍ଲା ଟପ୍ପରହେଲେ ଶକ୍ତିପ୍ରଜ୍ଞା ପ୍ରଧାନ

ବୌଦ୍ଧ/୧୫//୫/୨୦୨୫/(ଆଧାର ମିଡ଼ିଆ)-ସି ବି ଏସ ସି ମ୍ୟାଟ୍ରିକ ପରୀକ୍ଷାର ଫଳାଫଳ ଅପେକ୍ଷାରେ ଥିବା ସବୁ ଛାତ୍ର ଛାତ୍ରୀଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି । ସିବିଏସସି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ଭାବେ ବୌଦ୍ଧ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶକ୍ତିପ୍ରଜ୍ଞା ପ୍ରଧାନ ୯୮.୨ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜବହାର ନବୋଦୟ ବିଦ୍ୟାଳୟ ଓଁମ ପ୍ରକାଶ ସାହୁ ୯୭.୬୬ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଅଇଁଲାଚୁଆ ଆଦର୍ଶ ବିଦ୍ୟାଳୟର ପ୍ରାଞ୍ଜଳ ବସ୍ତିଆ ୯୭.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରି ବୌଦ୍ଧ ଜିଲ୍ଲାପାଇଁ ଗୌରବ ଆଣିଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତା ଖବରରେ ଉକ୍ତ ବିଦ୍ୟାଳୟରେ ଖୁସିର ଲହର ଦେଖିବାକୁ ମିଳିଥିବା ବେଳେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଶିକ୍ଷକ ଶିକ୍ଷତ୍ରୀ ଓ ପିତା ମାତା ଙ୍କୁ ସମସ୍ତ ସଫଳତା ର ଶ୍ରେୟ ଦେଇଥିବା କହିଛନ୍ତି  ।ସେହିପରି ବୌଦ୍ଧ ଜିଲ୍ଲାର ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ୭୪ ଜଣ ପରୀକ୍ଷା ଦେଇଥିବା ବେଳେ ସମସ୍ତ ପରୀକ୍ଷାର୍ଥୀ ସତ ପ୍ରତିଶତ ପାସ କରିଛନ୍ତି । ସେଥି ମଧ୍ୟରୁ ୧୭ ଜଣ ପରୀକ୍ଷାର୍ଥୀ ୯୦ % ରୁ ଉର୍ଦ୍ଧ୍ବ ନମ୍ବର ରଖି ପାସ କରିଛନ୍ତି ।  ସେହିପରି ଦ୍ଵାଦଶ ପରୀକ୍ଷାରେ ୩୪ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୩୩ ଜଣ ପାସ କରିଛନ୍ତି । ଦୁଇଜଣ ପରୀକ୍ଷାର୍ଥୀ ୯୦% ରୁ ଅଧିକ ନମ୍ବର ରଖି ପାସ କରିଛନ୍ତି ।

Recent Comments

Leave Comments

Top