logo
add image
କିର୍ମାଖୋଲ ନାଳର ବ୍ରିଜ଼କୁ ଶୁଭଦେଲେ ଗୁନ୍ଦୁଲିଆ ସରପଞ୍ଚ

କିର୍ମାଖୋଲ ନାଳର ବ୍ରିଜ଼କୁ ଶୁଭଦେଲେ ଗୁନ୍ଦୁଲିଆ ସରପଞ୍ଚ

କଣ୍ଟାମାଳ/୧୬/୦୫/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ)-ଗୁନ୍ଦୁଲିଆ ଗ୍ରାମପଞ୍ଚୟତର ଉପାନ୍ତ ଅଞ୍ଚଳ କିର୍ମାଖୋଲ ନାଳକୁ ଡେଇଁ ସାରାଗାଡୁ ମେଣ୍ଡା ତିନିଖଣ୍ଡ ଗ୍ରାମର ଲୋକ ତିଳପଙ୍ଗା, କିମ୍ବା ଗୁନ୍ଦୁଲିଆ, ବାଉଁଶୁଣି, ମେଡିକାଲକୁ ବର୍ଷା ଦିନେ ଯିବାକୁ ବହୁତ ଅସୁବିଧାର ସନମୁଖୀନ ହେଉଥିଲେ, ଏହି ତିନିଖଣ୍ଡ ଗ୍ରାମବାସି ଆଜକୁ ସ୍ୱାଧୀନତାର ସତସ୍ତରୀ ବର୍ଷ ହେଳେ ମଧ୍ୟ ଭଲରାସ୍ତା ଖଣ୍ଡେ କିମ୍ବା ବ୍ରିଜଟିଏ ହୋଇନଥିଲା. କିର୍ମା ଗ୍ରାମର ଲୋକ ଅନେକଥର ଗ୍ରାମପଞ୍ଚୟତ ସରପଞ୍ଚଙ୍କୁ ନିବେଦନ କରିଥିଲେ ମଧ୍ୟ କୋଣସି ସୁଫଳ ମିଳିନଥିଲା. କିର୍ମାର ଲୋକ ଆସି ଗୁନ୍ଦୁଲିଆ ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ଵର ସିଂହଙ୍କୁ କହିବାରୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଫଣ୍ଡ ରୁବ୍ରିଜଟି ତିଆରିକରିବା ପାଇଁ ମଞ୍ଜୁର କରି ଆଜି କିର୍ମାନାଳ ବ୍ରିଜକୁ ଗୁନ୍ଦୁଲିଆ ସରପଞ୍ଚ ଧବଳେଶ୍ଵର ସିଂହ ଶୁଭ ଦେଇଥିଲେ. ତାଙ୍କସହିତ ସମିତି ସଭ୍ୟ ଵଲଦେବ କର୍ମୀ,ଶ୍ରକାନ୍ତ ବେହେରା,ଜଈଶ୍ଵର କଁଅର,ବନମାଳୀ ବେହେରା ପ୍ରଭୃତି ଯୋଗ ଦେଇଥିଲେ

Recent Comments

Leave Comments

Top