logo
add image
 ଅପରେସନ ସିନ୍ଦୂରର ସଫଳତା ପାଇଁ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ପରାକ୍ରମ ପଦଯାତ୍ରା ଅନୁଷ୍ଠିତ

ଅପରେସନ ସିନ୍ଦୂରର ସଫଳତା ପାଇଁ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ ପରାକ୍ରମ ପଦଯାତ୍ରା ଅନୁଷ୍ଠିତ

ସମ୍ବଲପୁର/୧୭/୦୫/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୂର'ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଗତକାଲି ପୂର୍ବାହ୍ନ ୯.୦୦ ଘଟିକା ସମୟରେ  ସମ୍ବଲପୁର ରେ  ଏକ ତ୍ରିରଙ୍ଗା ପରାକ୍ରମ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। 
ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଭାରତ ସରକାର ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଉପମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଶ୍ରୀ କନକବର୍ଦ୍ଧନ ସିଂହଦେଓ,ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ରବି ନାରାୟଣ ନାୟକ, ପୂର୍ବତନ ବିଧାୟକ ନାଉରୀ ନାୟକ ପ୍ରମୁଖ ଯୋଗଦେଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟା ର୍ପଣ କରି ଏହି ବିଶାଳ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ବିଶାଳ ଶୋଭାଯାତ୍ରା, ଜେଲ୍ ଛକ  ପରିସରରୁ ଆରମ୍ଭ ହୋଇ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା,ପରେ ସହିଦ ସ୍ତମ୍ଭ ରେ ଶ୍ରଦ୍ଧାଞ୍ଜଳି ଦେଇ ଶୋଭାଯାତ୍ରା ସମାପନ କରାଯାଇଥିଲା।
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଶାଳ  ଶୋଭାଯାତ୍ରାକୁ ସମ୍ବୋଧନ କରି କହିଲେ ମାନନୀୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ସେନା  ଆଜି ଅପରେସନ ସିନ୍ଦୁର ମାଧ୍ୟମ ରେ  ଆତଙ୍କବାଦୀ କାର୍ଯ୍ୟକଳାପ ର କଡ଼ା ଜବାବ୍ ଦେଇଛି ସେଥିପାଇଁ ସେ ଭାରତୀୟ ସେନା କୁ ସାଲ୍ୟୁଟ କରୁଛନ୍ତି।
ଏହି ବିଶାଳ ଶୋଭାଯାତ୍ରାକୁ ସମ୍ବୋଧନ କରି ଉପମୁଖ୍ୟମନ୍ତ୍ରୀ କହିଲେ ଆତଙ୍କବାଦ ବିରୋଧରେ ଲଢ଼େଇ "ଅପରେସନ ସିନ୍ଦୂର" ରେ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି। ସେଥିପାଇଁ ସେ ଆଜି କେନ୍ଦ୍ରସରକାର ଙ୍କ ପାଖେ କୃତଜ୍ଞ ।ତେଣୁ ସେ ସମସ୍ତଙ୍କୁ ଏହି ତ୍ରିରଙ୍ଗା ତଳେ  ଶପଥ ନେବା ଯେ  ଆଗାମୀ ଦିନ ରେ ଆମ ଦେଶକୁ ଯଦି ଏହି ଭଳି କିଛି ବିପଦ ଆସେ ତେବେ ସମସ୍ତେ ଏକଜୁଟ ଏହି ଭାରତୀୟ ସେନା କୁ ସମର୍ଥନ ଜଣାଇ ତାଙ୍କ ମନୋବଳ ବଢ଼ାଇବା ଓ ତାଙ୍କ ବିରତ୍ୱ କୁ ଉତ୍ସାହିତ କରିବା ବୋଲି ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ କହିଥିଲେ।
ଏହି ତ୍ରିରଙ୍ଗା ଯାତ୍ରାରେ,ରାଜସ୍ବ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ବିଭାଗ, ସମ୍ବଲପୁର ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ (ଭା.ପ୍ର.ସେ) ,ଆଇ.ଜି ଶ୍ରୀ ହିମାଂଶୁ ଲାଲ(ଭା.ପୋ.ସେ),ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ),ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭା.ପ୍ର.ସେ) ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ବେଛାସେବୀ,ଏନ.ସି.ସି ସ୍କୁଲ ଛାତ୍ରଛାତ୍ରୀ ,ଜନ ପ୍ରତିନିଧି, କ୍ରୀଡ଼ାବିତ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ,ଜନସାଧାରଣ  ଅଂଶ ଗ୍ରହଣ କରି ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରଂ ଧ୍ଵନି ଦେଇ ପଦଯାତ୍ରାରେ ଯୋଗ ଦେଇଥିଲେ ।

Recent Comments

Leave Comments

Top