logo
add image
ସରସରା ଗ୍ରାମରେ ଅନୁଷ୍ଠିତ ହେଲା ଅପରେସନ ସିନ୍ଦୁର ଶୋଭାଯାତ୍ରା,

ସରସରା ଗ୍ରାମରେ ଅନୁଷ୍ଠିତ ହେଲା ଅପରେସନ ସିନ୍ଦୁର ଶୋଭାଯାତ୍ରା,

ବୌଦ୍ଧ/୧୮/୫/୨୦୨୫/(ଆଧାର ମିଡ଼ିଆ)-ଓଡିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହେଲିକପ୍ଟରରେ ବୌଦ୍ଧଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିସାରିବା ପରେ ଅପରାହ୍ନରେ ହରଭଙ୍ଗା ବ୍ଲକର ସରସରା ଗ୍ରାମ ଖେଳପଡିଆ ଠାରେ ଅନୁଷ୍ଠିତ ସିନ୍ଦୁର ଶୋଭାଯାତ୍ରାରେ ଯୋଗଦେଇ ଅପରେସନ ସିନ୍ଦୁରରେ ଆମ ସେନା ବାହିନୀର ପରାକ୍ରମ ଓ ଶୌର୍ଯ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।
ଆଜି କେବଳ ବୌଦ୍ଧ ନୁହେଁ ଭୁବନେଶ୍ୱର ନୁହେଁ, ଓଡ଼ିଶାର ପ୍ରତ୍ୟେକ ଗାଁରେ ଏହି ଅସୀମ ପରାକ୍ରମର ସିନ୍ଦୁର ଶୋଭାଯାତ୍ରା ହେଉଛି ଏବଂ ଏହା ଆତଙ୍କବାଦ ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତିକୁ ଦର୍ଶାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅପରେସନ ସିନ୍ଦୁର ଅନେକ ପ୍ରକାରେ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ପ୍ରଥମେ, ୧୯୭୧ ପରେ ପାକିସ୍ତାନର ସୀମା ଭିତରେ ଏମିତି ପ୍ରଚଣ୍ଡ ଆକ୍ରମଣ କେବେ ହୋଇନଥିଲା। ପେହେଲଗାମ ଠାରୁ ବି ଅଧିକ ଭୟଙ୍କର ନରସଂହାର ମୁମ୍ବାଇରେ ହୋଇଥିଲା। କିନ୍ତୁ, ସୀମାପାର ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବା ଶକ୍ତିଙ୍କୁ ତାଙ୍କ ମାଟିରେ ଦଣ୍ଡଦେବା ପାକିସ୍ତାନପାଇଁ ଥିଲା ଅକଳ୍ପନୀୟ,ଅବିଶ୍ଵସନୀୟ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କହିଛନ୍ତି ଯେ ଭାରତରେ ଯେ କୌଣସି ଆତଙ୍କବଦୀ ଆକ୍ରମଣକୁ ଦେଶ ବିରୁଦ୍ଧରେ ଯୁଦ୍ଧପରି ଧରାଯିବ।
ଆମ ସେନା ଆଗରୁ ବି ସମର୍ଥ ଥିଲା, କିନ୍ତୁ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଅନେକ ଭାରତୀୟଙ୍କୁ ସେମାନଙ୍କ ଜୀବନ ଦେଇ ମୂଲ୍ୟ ଦେବାକୁ ପଡିଥିଲା। ବାସ୍, ଆଉନୁହେଁ। ଭାରତ ନିଜେ ସମର୍ଥ ଏପରି ଆତଙ୍କବାଦୀଙ୍କୁ ଖୋଜି ନିପାତ କରିବା ପାଇଁ । ଆଜି ଆମେ ସମସ୍ତେ ଗର୍ବର ସହିତ କହି ପାରିବା ଯେ ଦେଶ ସୁରକ୍ଷିତ ହାତରେ ଅଛି, କାରଣ ଦେଶର ସୁରକ୍ଷା ମୋଦୀ ଜୀଙ୍କ ହାତରେ ଅଛି ବୋଲି ସେ କହିଥିଲେ।ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟକ ମହିଳା ଯୋଗ ଦେଇ ହାତରେ ତ୍ରିରଙ୍ଗା ପତାକା ଧରି ଜୟ ହିନ୍ଦ, ଭାରତ ମାତା କି ଜୟ ଧ୍ୱନୀରେ ଚାଲି ଚାଲି ଏହି ଯାତ୍ରା ସମ୍ପୂର୍ଣ୍ଣ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ଯ ଏହି ଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ, ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ,ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହ ଲତା ପ୍ରଧାନ,ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର ପୂର୍ବତନ ସଭାପତି ବିପ୍ରଚରଣ ମହାନ୍ତି ଯୁବନେତା ଓମ ପ୍ରକାଶ ମିଶ୍ର, ପ୍ରମୁଖ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

Recent Comments

Leave Comments

Top