ପୁରୀ/୧୯/୫/୨୦୧୫/( ଆଧାର ମିଡ଼ିଆ )-ଆଜି ନିମାପଡ଼ା ଅଞ୍ଚଳର ଦୁଇଟି ବଡ଼ ସମସ୍ୟାକୁ ନେଇ ପ୍ରଶାସନ ନିକଟରେ ସାମୁହିକ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ୟାପକ ଭାବେ ବିପର୍ଯ୍ୟସ୍ତ ହୋଇ ମରଣଯନ୍ତା ପାଲଟିଥିବା ନିମାପଡ଼ାରୁ ବଳଙ୍ଗା ୧୪କିମି ରାସ୍ତାର ତୁରନ୍ତ ସ୍ଥାୟୀ ମରାମତି, ପ୍ରଶସ୍ତିକରଣ ସହ ସଠିକ ସମୟରେ କାର୍ଯ୍ୟାରମ୍ଭ ଓ ଶେଷ କରିବା ଲାଗି ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ,ପୁରୀଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସେହିପରି ନିମାପଡା ଅଞ୍ଚଳର ବିଭିନ୍ନ କେନାଲରେ ଦୀର୍ଘ ୬ମାସ ଧରି ଜଳଯୋଗାଣ ବନ୍ଦହୋଇ ଭୂତଳ ଜଳର ଭୟଙ୍କର ହ୍ରାସ,ପ୍ରଚଣ୍ଡ ଗ୍ରୀଷ୍ମ ଲହର ବେଳେ ଗୋସମ୍ପଦ,ପଶୁପକ୍ଷୀ ଭୋଗୁଥିବା ଅସହ୍ୟ ଜଳ କଷ୍ଟ ର ନିରାକରଣ ପାଇଁ ତୁରନ୍ତ କେନାଲ ପାଣି ଛାଡ଼ିବା ଲାଗି ଅଧିକ୍ଷଣ ଯନ୍ତ୍ରୀ,ଜଳସେଚନ ବିଭାଗ, ନିମାପଡାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । "ଜାଗ୍ରତ ଯୁବଶକ୍ତି" ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯାଜୋକ ସମୀର ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ହସ୍ତାକ୍ଷର ସମ୍ବଳିତ ଦାବିପତ୍ର ସହିତ ଗୋପବନ୍ଧୁ ସେବାସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ପାତ୍ର, ପ୍ରେସ କ୍ଲବ ନିମାପଡ଼ାର ଉପଦେଷ୍ଟା ଶରତ କୁମାର ସେନାପତି, ଶକ୍ତି ରଥ, ରଞ୍ଜିତ ରଥ, ରତିକାନ୍ତ ଓଝା, ବାବୁଲି ମହାପାତ୍ର, ଦେବାଶିଷ ଦାଶ, ଅନୁକୂଳ ସ୍ବାଇଁ, ବିଶ୍ୱଜିତ ବେହେରା, ଜଗନ୍ନାଥ ପରିଡ଼ା, ଅଭିଜିତ ମହାପାତ୍ର, ନିରଞ୍ଜନ ଓଝାଙ୍କ ସମେତ ଶତାଧିକ ଜନଗଣ ଏକତ୍ରିତ ହୋଇ ନିମାପଡ଼ା ଅଞ୍ଚଳର ସ୍ବାର୍ଥରକ୍ଷା ତ୍ୱରିତ ପଦକ୍ଷେପ ନେବାପାଇଁ ପ୍ରଶାସନ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ ।
Recent Comments