logo
add image
ଶିଶୁଯତ୍ନ ଅନୁଷ୍ଠାନରେ ଆର୍ଟଅଫ ଗିଭିଙ୍ଗ ଡେ ପାଳିତ

ଶିଶୁଯତ୍ନ ଅନୁଷ୍ଠାନରେ ଆର୍ଟଅଫ ଗିଭିଙ୍ଗ ଡେ ପାଳିତ

ଗୁଣୁପୁର/ରାୟଗଡା/ ୧୮/୫/୨୦୨୫/(ଆଧାର ମିଡ଼ିଆ)-ଦୀର୍ଘ ୧୨ ବର୍ଷ ଧରି ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ କରାଯାଉଛି । ବିଶିଷ୍ଟ ସମାଜସେବୀ ,ଶିକ୍ଷାବିତ,କିଟ ଓ କିସର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ସୁନ୍ଦର ପରିକଳ୍ପନାରେ ଏହି ଦିବସ ପାଳନ କରାଯାଉଛି ।ରାୟଗଡା ଜିଲ୍ଲା ଗୁଣୁପୁର ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ପରିସରରେ ଆଜି ଏହି ଦିବସ ପାଳିତ ହୋଇଥିଲା । ଅନୁଷ୍ଠାନ ର ପରାମର୍ଶଦାତା ଅଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ଅତିଥି ଭାବେ ବଂଶଧାରା ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାଙ୍କୁଡ଼, ଯୁବ ଶିକ୍ଷାବିତ ଅଶୋକ କୁମାର କର ଓ କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ରାଜେଶ କୁମାର ପାଢୀ ଯୋଗଦେଇ ଦେବାର ବିଭିନ୍ନ କଳା ଓ କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ । ବାସ୍ତବିକ ଦେବାରେ ଯେଉଁ ଆନନ୍ଦ ଥାଏ ସ୍ବର୍ଗୀୟ ସମ୍ପଦ ତା ଆଗରେ ତୁଚ୍ଛ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଖିଳ ମହାନ୍ତି, କୈଳାସ ଶବର, ବଳରାମ ପଣ୍ଡା, ଶୁଭ୍ରଜିତ ମହାନ୍ତି, ସାଇରାମ ପଣ୍ଡା ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପିଲାଙ୍କୁ ଶିକ୍ଷଣୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । କଳିଙ୍ଗ ଟିଭିର ଯୁବ ସାମ୍ବାଦିକ ସତୀଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Recent Comments

Leave Comments

Top