logo
add image
ଠିକାଶ୍ରମିକ ନିଯୁକ୍ତି ଦାବୀରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ,ପ୍ରତିଶ୍ରୁତି ପରେ ସ୍ଥଗିତ

ଠିକାଶ୍ରମିକ ନିଯୁକ୍ତି ଦାବୀରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ,ପ୍ରତିଶ୍ରୁତି ପରେ ସ୍ଥଗିତ

କଣିହାଁ/୧୯।୫/୨୦୨୫/(ଆଧାର ମିଡ଼ିଆ)-ଅନୁଗୁଳ ଜିଲ୍ଲା କଣିହାଁ ଥାନା ଡେରେଙ୍ଗ ସ୍ଥିତ ଜେଆଇପିଏଲ ପ୍ରକଳ୍ପ ଫାଟକ ସମ୍ମୁଖରେ ସୋମବାର ଆନ୍ଦୋଳନକୁ ଓହ୍ଲାଇଥିଲେ।ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ଜେଆଇପିଏଲ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା। ସାଗର ସାହୁଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଥିଲା।
ଆନ୍ଦୋଳନକାରୀଙ୍କ ଅଭିଯୋଗ ମୁତାବକ ଜେଆଇପିଏଲ ପ୍ରକଳ୍ପ ଦ୍ୱାରା ଶତପ୍ରତିଶତ ଜମିହରା ପ୍ରଜା ହୋଇଥିବା ବେଳେ କାରଖାନା କର୍ତ୍ତୃପକ୍ଷ ଠିକାଶ୍ରମିକ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନିତି ଅବଲମ୍ବନ କରୁଛନ୍ତି ବୋଲି ଆନ୍ଦାଳନ କାରିଙ୍କ ସୂତ୍ରରୁ ପ୍ରକାଶ ।ପ୍ରକଳ୍ପ ଅଧୀନରେ ନିୟୋଜିତ ଠିକାସଂସ୍ଥା ଜିଲ୍ଲା ତଥା ରାଜ୍ୟବାହାର ଯୁବକଙ୍କୁ ମେଣ୍ଟନାନ୍ସ ତଥା ଠିକାଶ୍ରମିକ ଭାବରେ ନିଯୁକ୍ତି ଦେଉଥିବା ବେଳେ ଜମିହରାଙ୍କୁ ଏଥିରୁ ବାଦ ଦିଆଯାଉଛି।କ୍ଷତିଗ୍ରସ୍ତଙ୍କ ପ୍ରତି ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଏଭଳି କାଳକ୍ଷେପଣା ଓ ପକ୍ଷପାତ ନିତି ବିରୋଧରେ ଜିଲ୍ଲା ଉପଖଣ୍ଡ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବପୁରୁଷାନୁ କ୍ରମେ ଗଛିତ ଜମିକୁ କମ୍ପାନୀ ହାତକୁ ଟେକି ଦେଲୁ।ପ୍ରକଳ୍ପ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟ ବାହାରକୁ ବିକ୍ରିକରି ବ୍ୟବସାୟ କଲା। ଧୂଳିଧୂଆଁର ଆକ୍ତାମାକ୍ତା ପରିବେଷରେ ଜୀବନ ଜିଉଁଛୁ। ଠିକା ଶ୍ରମିକ ନିଯୁକ୍ତି ପାଇଁ କମ୍ପାନୀ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏଣୁ ବାଧ୍ୟହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଲୁ ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

Recent Comments

Leave Comments

Top