କଣିହାଁ/୧୯/0୫/୨0୨୫/(ଆଧାର ମିଡ଼ିଆ //ରିପୋର୍ଟ ଟୁନା ସାହୁ) ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଅନ୍ତର୍ଗତ କୁମୁଣ୍ଡାରୁ କୋସଳା କୁ ସଂଯୋଗ କରୁଥିବା ରାସ୍ତାରେ ,ସୋମବାର ଅପରାହ୍ନ ସାଢେ ୩ ଟାରେ କଣିହାଁ ବନ ବିଭାଗ ଅଧିକାରୀ ରେଞ୍ଜର ନୀଳାନ୍ଦ୍ରି ନାଥ ସାହୁଙ୍କ ନେତୃତ୍ୱରେ ବନ ବିଭାଗ ଟିମ ଚୁର୍ହା ଶାଳପଟା ବୋଝେଇ ମହିନ୍ଦ୍ରା ପିକପ ଓଆର-୧୯-ଇ୫୮୪୯ ନମ୍ବର ଗାଡିକୁ ଜବତ କରାଯାଇଛି।ଏଥିରେ ୭୮ପିସ ଶାଳପଟା ସହ ମୋଟା ଵିମ ୩୨ ସିଫ୍ଟ ଶାଳକାଠ,ପିକପ୍ ରେ ଲୋଡ଼ ହୋଇ ଆସୁଥିବା ବେଳେ ବନବିଭା ଟିମିକୁ ଦେଖି ରାସ୍ତାକଡରେ ଗାଡିଛାଡି ଦେଇ ଚାଳକ ଚମ୍ପଟ ମାରିଥିବା ଜଣାପଡିଛି। ତେବେ ପିକପ୍ ଗାଡିଟି କୋଶଳା ଆଡୁ କୁମୁଣ୍ଡା ଅଭିମୁଖେ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କଣିହାଁ ବନବିଭାଗ ପହଁଚି କାଠ ବୋଝେଇ ପିକପକୁ ଜବତକରି କଣିହାଁ ବନବିଭାଗ ଅଧିକାରୀ ତଦନ୍ତ ଚଳାଇଛି।
ଜବତ ହୋଇଥିବା ଶାଳ କାଠର ଆନୁମାନିକ ମୂଲ୍ୟ,ପ୍ରାୟ ୩0ରୁ ୪0 ହଜାର ଟଙ୍କା ହେବ ବୋଲି ଜଣା ପଢ଼ିଛି l ବିଶେଷ କରି କୋସଳା, ଛେଣ୍ଡିପଦା ଅଞ୍ଚଳ ରେ ବିଭିର୍ଣ୍ଣ କମ୍ପାନୀର ପ୍ଲାଣ୍ଟ, ଖଣି ଖାଦାନ ଗଢି ଉଠୁଥିଵାରୁ ସେହି ଅଞ୍ଚଳ ରେ ଥିବା ଜଙ୍ଗଲ ଗୋଡ଼ିକୁ କାଟି ସଫା କରା ଯାଉଥିବାରୁ କାଠ ମାଫିଆ ମାନେ ଏକ୍ଷେତ୍ରରେ ସକ୍ରିୟ ହୋଇ ଉଠୁଥିବା ଜଣା ପଢ଼ିଛି, l ଏହି ଅଭିଯାନରେ ବନପାଳ ଦୀପକ କୁମାର ସେଠୀ, ବନରକ୍ଷକ ଦୀପକ କୁମାର ସାହୁ, ରଞ୍ଜନ ପ୍ରଧାନ, ଧୁର୍ବ ସାହୁ, ପ୍ରଶାନ୍ତ ପ୍ରଧାନ ସଂସାର ସାହୁ,ପ୍ରମୁଖ ବିଭାଗ କର୍ମଚାରୀ ସାମିଲ ଥିଲେ।
Recent Comments