logo
add image
୪ର୍ଥ ଦିନରେ ଜରଡା କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ସ୍ଥଗିତ

୪ର୍ଥ ଦିନରେ ଜରଡା କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ ସ୍ଥଗିତ

କଣିହାଁ/୧୯/୫/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣି ଜରଡ଼ା ମୁଖ୍ୟ ଫାଟକରେ ୮ଦଫା ଦାବିରେ ଜରଡା କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଆଜି ସନ୍ଧ୍ୟାରେ ସ୍ଥଗିତ ହୋଇଛି।।ଏମ୍ ସିଏଲ ପକ୍ଷରୁ ଆଜି ସନ୍ଧ୍ୟା ୭ଟାରେ କ୍ଷତିଗ୍ରସ୍ତଙ୍କୁ ପୁଣି ସମସ୍ତ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ଦେବାପରେ ପୁଣି ଜରଡା ଗ୍ରାମ୍ୟ କମିଟି ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଜଣାପଡିଛି। ଜରଡା ଗ୍ରାମ୍ୟ କମିଟି ସଭାପତି ସଚ୍ଚିଦାନନ୍ଦ ଦେହୁରୀ ଏନେଇ ସୂଚନା ଦେଇଛନ୍ତି।ଆସନ୍ତା ମେ'୨୨ତାରିଖରେ ଏନେଇ ଏମ୍ ସିଏଲ ପକ୍ଷରୁ ଆହୁତ ସ୍ୱତନ୍ତ୍ର ବୈଠକ ଏବଂ ମେ'୨୪ତାରିଖରେ ଏମ୍ ସିଏଲ ବରିଷ୍ଠ ଅଧିକାରୀଙ୍କ ବୈଠକ ସ୍ଥିରୀକୃତ ହୋଇଛି। ଏହି ଦୁଇଟି ବୈଠକରେ ସମସ୍ୟାର ସ୍ଥାୟୀ ସମାଧାନ କରିବା ନେଇ ଏମ୍ ସିଏଲ ପୁନଶ୍ଚ ଆଜି ପ୍ରତିଶ୍ରୁତି ଦେବା ଫଳରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ଗ୍ରାମ୍ୟ କମିଟି ସଭାପତି ଶ୍ରୀ ଦେହୁରୀ କହିଛନ୍ତି।ଜରଡ଼ା ଗ୍ରାମ୍ୟ କମିଟି ଅଭିଯୋଗ ମୁତାବକ, ଖଣି କର୍ତ୍ତୃପକ୍ଷ ୧୫ମେ' ସୁଧା ସମସ୍ୟାର ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।  ପଥରମୁଣ୍ଡା ରକବାର ଉପରେ ଜରଡ଼ାବାସୀଙ୍କୁ ଜମି ଯୋଗାଇବା, ପାଚେରୀ ନିର୍ମାଣ ସହ ଉନ୍ନତିକରଣ, ବଳକା ନିଯୁକ୍ତି, କ୍ଷତିପୂରଣ ଆଦି ୮ ଦଫା ଦାବି ରେ ଆନ୍ଦୋଳନ ଚାଲିଛି। ଉଭୟ ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପାଳନ ନକରିବା ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଲେ ।

Recent Comments

Leave Comments

Top