ପିପିଲି/୨୦/୫/୨୦୨୫/(ଆଧାର ମିଡ଼ିଆ) ପିପିଲି ଥାନା ଅଞ୍ଚଳର ଜଣେ ୧୭ ବାର୍ଷିୟା ନାବାଳିକାକୁ ଜଣେ ୩୫ ବର୍ଷର ଯୁବକ ଅପହରଣ କରି ନେଇଥିବା ନାବାଳିକା ପରିବାର ପକ୍ଷରୁ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି.ପିପିଲି ଥାନା ଆଇ ଆଇ ସି ସୌମେନ୍ଦ୍ର ଶେଖର ତ୍ରିପାଠୀ ଅଭିଯୋଗକୁ ଗ୍ରହଣ କରି ପିପିଲି ଥାନା କେଶ ନଂ ୩୦୯ /୨୫ରେ ମାମଲା ଆଗତ କରି ତଦନ୍ତ ଚଳାଇ ଛନ୍ତି. ନାବାଳିକା ଜଣକ ସୋମବାର ଦିନ ୫ଘଟିକା ସମୟରେ ନିଖୋଜ ଥିବା ବେଳେ ପରିବାର ସଦସ୍ୟ ଖୋଜା ଖୋଜି କରି ନପାଇବା ଦ୍ୱାରା ବିଶେଷ ସୂତ୍ରରୁ ଜାଣିବାକୁ ପାଇ ଥିଲେ ବାଲିଆ ଗ୍ରାମର ଜଣେ ୩୫ବର୍ଷର ଯୁବକ ଅପହରଣ କରି ନେଇ ଥିବା ଜାଣି ସମ୍ପୃକ୍ତ ଯୁବକ ନାମରେ ଅପହରଣ ଅଭିଯୋଗ କରିଛନ୍ତି ବୋଲି ଅଭିଯୋଗ ପତ୍ରରୁ ଜାଣିବାକୁ ମିଳିଛି.
Recent Comments